ନିଟ୍‌ ୟୁଜି ମେଡିକାଲ ପ୍ରବେଶିକାରେ ଯୁବୋଦୟର ସଫଳତା

କୃତକାର୍ଯ୍ୟ ହେଲେ ୧୦ ନବାଗତ ଛାତ୍ରଛାତ୍ରୀ

ବଲାଙ୍ଗୀର : ସର୍ବଭାରତୀୟ ନିଟ୍‌ ୟୁଜି ମେଡିକାଲ ପ୍ରବେଶିକା ପରୀକ୍ଷାରେ ‘ଯୁବୋଦୟ’ ଚଳିତବର୍ଷ ମଧ୍ୟ ସଫଳତା ହାସଲ କରିଛି। ଏପରିକି ଚଳିତ ବର୍ଷ ଯୁକ୍ତଦୁଇରେ କୃତକାର୍ଯ୍ୟ ହୋଇଥିବା ୧୦ ଜଣ ଛାତ୍ରଛାତ୍ରୀ ନିଟ୍‌ ପ୍ରଥମ ଉଦ୍ୟମରେ ଭଲ ପ୍ରଦର୍ଶନ କରିଥିବା ଅନୁଷ୍ଠାନ ପକ୍ଷରୁ ସୂଚନା ଦିଆଯାଇଛି।

ଚଳିତବର୍ଷ ନିଟ୍‌ ପରୀକ୍ଷାରେ ଫ୍ରେସର୍‌ ବା ନବାଗତ ଭାବେ ଅନୁଷ୍ଠାନର ସତ୍ୟମ୍‌ ଦେବତା ୬୮୦, ଓଜସ୍ବିତା ସିଂହଦେଓ ୬୫୦, ନୈମିଶ ପଣ୍ତା ୬୩୫, ଅନୀକେଶ ପାଣିଗ୍ରାହୀ ୬୨୪, ତୁଳସୀ ପଣ୍ତା ୬୧୭, ପ୍ରିୟରଞ୍ଜନ ସାହୁ ୬୦୨, ବୁଦ୍ଧଦେବ ବାଗ ୫୯୮, ସିଦ୍ଧାନ୍ତ ମେହେର ୫୮୪, ସୌମ୍ୟରଞ୍ଜନ ସାହୁ ୫୮୨, ସୌମ୍ୟରଞ୍ଜନ ମହାଲିଙ୍ଗ ୫୧୦ ନମ୍ବର ରଖିଛନ୍ତି। ଯୁବୋଦୟର ଟାର୍ଗେଟ ବ୍ୟାଚ୍ ବଲାଙ୍ଗୀରରୁ ୯ଜଣ ଛାତ୍ରଛାତ୍ରୀ ଦୁର୍ଗେଶ ଖଟୁଆ ୬୪୭, ଲିସା ଅଗ୍ରୱାଲ ୬୪୬, ପ୍ରବୀଣ ଭୋଇ ୬୪୩, ଜ୍ୟୋତିରଞ୍ଜନ ପଣ୍ତା ୬୨୫, ଅରୁଣିମା ମିଶ୍ର ୬୧୩, ଆକାଂକ୍ଷା ଚୌଧୁରୀ ୬୧୦, ସ୍ବାଭିମାନ ପଟେଲ ୬୦୨, ଅପର୍ଣ୍ଣା ପ୍ରିୟଦର୍ଶିନୀ ଦାଶ ୫୯୬, ଶୁଚିସ୍ମିତା ଜାନୀ ୫୪୩ ନମ୍ବର ରଖିଛନ୍ତି। ସେହିପରି, ଯୁବୋଦୟ ଭୁବନେଶ୍ବର କେନ୍ଦ୍ରରୁ ୬୦ରୁ ଅଧିକ ଛାତ୍ରଛାତ୍ରୀ ଚଳିତବର୍ଷ ନିଟ୍ ସର୍ବଭାରତୀୟ ମେଡିକାଲ ପ୍ରବେଶିକା ପରୀକ୍ଷାରେ ସଫଳତା ହାସଲ କରିଛନ୍ତି। ରିତିକ ରଞ୍ଜନ ସାହୁ ୬୮୫, ଦୀପ୍ତିପ୍ରସାଦ ବେହେରା ୬୬୫, ଅଜୟ ମେହେର ୬୬୨, ଆଶୁତୋଷ ସାହୁ ୬୬୦, ପ୍ରଭାଂଶୁ ଶେଖର ଗୌଡ଼ ୬୫୩, ସୂର୍ଯ୍ୟପ୍ରକାଶ ସାହୁ ୬୫୩, ପ୍ରଜ୍ଞାନ ପ୍ରତୀକ ନିଆଲ୍ ୬୪୬, ସାହିଲ ବାଗ ୬୪୫, ଶ୍ରୀୟାଂଶ ମେହେର ୬୪୫, ସ୍ବାଗତିକା ସାହୁ ୬୪୪ ନମ୍ବର ରଖି ଏମ୍ସରେ ନାମ ଲେଖାଇବାର ଆଶାକୁ ଉଜ୍ବଳ କରିଛନ୍ତି।

କେବଳ ଯୁବୋଦୟରୁ ଶତାଧିକ ଛାତ୍ରଛାତ୍ରୀଙ୍କ ଏହି ସଫଳତା ପଛରେ ଅନୁଷ୍ଠାନର ସ୍ବତନ୍ତ୍ର ଶିକ୍ଷାଦାନ ଶୈଳୀ ଓ ସେମାନଙ୍କ ଅକ୍ଳାନ୍ତ ପରିଶ୍ରମ ରହିଥିବା ତଥା ସମସ୍ତଙ୍କ ପାଖରେ ସଫଳତା ପହଞ୍ଚାଇବାକୁ ଅନୁଷ୍ଠାନ ନିଜର ଉଦ୍ୟମ ଜାରି ରଖିଥିବା କହିଛନ୍ତି ଏହାର ନିର୍ଦ୍ଦେଶକ ଅମ୍ବରୀଶ ଦାଶ।

ସମ୍ବନ୍ଧିତ ଖବର