ଆଇପିଏଲ୍‌ : ଲକ୍ଷ୍ନୌକୁ ୩ ରନରେ ପରାସ୍ତ କଲା ରାଜସ୍ଥାନ

ମୁମ୍ବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ୨୦୨୨ ସଂସ୍କରଣର ୨୦ତମ ମ୍ୟାଚ୍‌ରେ ରବିବାର ରାଜସ୍ଥାନ ରୟାଲ୍‌ସ ଓ ଲକ୍ଷ୍ନୌ ସୁପର ଜ୍ୟାଣ୍ଟ୍‌ସ ମଧ୍ୟରେ ମୁକାବିଲା ହୋଇଛି। ଏହି ମ୍ୟାଚରେ ଲକ୍ଷ୍ନୌକୁ ୩ ରନରେ ରାଜସ୍ଥାନ ପରାସ୍ତ କରିଛି। ସ୍ଥାନୀୟ ଓ୍ଵାଙ୍ଖେଡେ ଷ୍ଟାଡିୟମ୍‌ରେ ଟସ୍‌ ଜିଣି ଲକ୍ଷ୍ନୌ ଟିମ୍‌ ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଟିମ୍‌ର ଅଧିନାୟକ ସଞ୍ଜୁ ସାମ୍‌ସନ୍‌ ରାଜସ୍ଥାନକୁ ବ୍ୟାଟିଂ ପାଇଁ ଆମନ୍ତ୍ରଣ କରିଥିଲେ। ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ ୬ ଓ୍ଵିକେଟ୍‌ ହରାଇ ୧୬୫ ରନ୍‌ କରିଥିଲା। ଫଳରେ ଲକ୍ଷ୍ନୌକୁ ଏହି ମ୍ୟାଚ୍‌ ବିଜୟ ପାଇଁ ୧୬୬ ରନ୍‌ର ଟାର୍ଗେଟ୍‌ ମିଳିଥିଲା। ଲକ୍ଷ୍ନୌ ପ୍ରାରମ୍ଭରୁ ଓପନର ତଥା ଦଳର ଅଧିନାୟକ କେ.ଏଲ. ରାହୁଲଙ୍କୁ ହରାଇଥିଲା। ଟେଣ୍ଟ ବୋଲ୍ଟଙ୍କ ପ୍ରଥମ ବଲରେ ରାହୁଲ କୌଣସି ରନ କରନପାରି ବୋଲ୍ଡ ହୋଇଯାଇଥିଲେ। କ୍ରିଷ୍ଣାପା ଗୌତମ୍ ବ୍ୟାଟିଂ କରିବାକୁ ଆସିଥିବା ବେଳେ ସେ ବୋଲ୍ଟଙ୍କ ଦ୍ବିତୀୟ ବଲର ଶିକାର ହୋଇଥିଲେ। କୌଣସି ରନ କରିନପାରି ଏଲବିଡବ୍ଲୁ ହୋଇ ପାଭିଲିଅନ ଫେରିଥିଲେ।

ଲକ୍ଷ୍ନୌର ୫ ଖେଳାଳିଙ୍କୁ ଛାଡିଦେଲେ ଆଉ କୌଣସି ଖେଳାଳି ଦୁଇ ଅଙ୍କ ଛୁଇଁପାରିନଥିଲେ। ୱିକେଟ ରକ୍ଷକ କ୍ବିଣ୍ଟନ ଡିକକ୍‌ ୩୯ ରନ୍‌ କରିଥିବାବେଳେ ଚହଲଙ୍କ ବଲରେ ରିୟାନ ପରାଗଙ୍କୁ କ୍ୟାଚ ଦେଇଥିଲେ। ଦୀପକ ହୁଡା ୨୫ ରନ୍‌ କରିଥିଲା ବେଳେ କୁଲଦୀପ ସେନଙ୍କ ବଲରେ ବୋଲ୍ଡ ହୋଇଯାଇଥିଲେ। ସେହିପରି କ୍ରୁନାଲ ପାଣ୍ଡ୍ୟା ୨୨ ରନ କରି ଚହଲଙ୍କ ବଲରେ ବୋଲ୍ଡ ହୋଇାଇଥିଲେ। ମାର୍କୁସ ଷ୍ଟୋଇନିସ ୩୮ ରନ୍‌ କରି ରନ ଆଉଟ ହୋଇଯାଇଥିଲେ। ସମ୍ପୂର୍ଣ୍ଣ ୨୦ ଓଭର ଖେଳି ଲକ୍ଷ୍ନୌ ୧୬୨ ରନ କରିପାରିଥିଲା। ୩ ରନରେ ରାଜସ୍ଥାନଠାରୁ ପରାସ୍ତ ହୋଇଯାଇଥିଲା। ଟେଣ୍ଟ ବୋଲ୍ଡ ୨ଟି ୱିକେଟ ନେଇଥିବାବେଳେ ଜୁଜବେନ୍ଦ୍ର ଚହଲ ୪ଟି ୱିକେଟ ନେଇଥିଲାବେଳେ ପ୍ରସିଦ୍ଧ କ୍ରିଷ୍ଣା ଓ କୁଲଦୀପ ସେନଙ୍କୁ ଗୋଟିଏ ଲେଖାଏଁ ୱିକେଟ ମିଳିଥିଲା।

ପୂର୍ବରୁ ରାଜସ୍ଥାନର ଅଭିଜ୍ଞ ବ୍ୟାଟ୍‌ର ଜୋସ୍‌ ବଟଲର (୧୩ ରନ୍‌) ଓ ଦେବଦୂତ ପଡ୍ଡିକଲ (୨୯ ରନ୍‌) ପାଳି ଆରମ୍ଭ କରିଥିଲେ। ସେମାନେ ପ୍ରଥମ ଓ୍ଵିକେଟ୍‌ ପାଇଁ ୪୩ ରନ୍‌ର ଭାଗିଦାରୀ ହୋଇପାରିଥିଲେ। ସିମ୍‌ରନ୍‌ ହେଟ୍‌ମେୟର ଦଳ ପାଇଁ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିଥିଲେ। ସେ ଅପରାଜିତ ରହି ୫୯ ରନ୍‌ କରିଥିଲେ। ଏଥିରେ ଗୋଟିଏ ଚୌକା ଓ ୬ଟି ଛକା ସାମିଲ ଥିଲା। ରବିଚନ୍ଦ୍ରନ ଅଶ୍ୱିନ ୨୮ ରନ୍‌ କରିଥିଲେ। ରାଜସ୍ଥାନ ତରଫରୁ ଜସନ୍‌ ହୋଲ୍‌ଡର ଓ କ୍ରିଷ୍ଣପା ଗୌତମ ୨-୨ ଓ୍ଵିକେଟ୍‌ ନେଇଥିଲା ବେଳେ ଅଭେସ୍‌ ଖାନଙ୍କୁ ଗୋଟିଏ ଓ୍ଵିକେଟ୍‌ ମିଳିଥିଲା।

ସମ୍ବନ୍ଧିତ ଖବର