ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ା: ଜ୍ୟୋତ୍ସ୍ନାଙ୍କୁ ରୌପ୍ୟ, ପ୍ରୀତିସ୍ମିତାଙ୍କୁ କାଂସ୍ୟ

ବ୍ରହ୍ମପୁର: ମଧ୍ୟପ୍ରଦେଶର ଇନ୍ଦୋରଠାରେ ଚଳିତ ବର୍ଷ ଅନୁଷ୍ଠିତ ହେଉଥିବା ଖେଲୋ ଇଣ୍ଡିଆ ଯୁବ କ୍ରୀଡ଼ାରେ ସୋମବାର ଓଡ଼ିଶାକୁ ଆଉ ୨ ପଦକ ମିଳିଛି। ଭାରୋତ୍ତୋଳନରେ ଜ୍ୟୋତ୍ସ୍ନା ଶବର ଓ ପ୍ରୀତିସ୍ମିତା ଭୋଇ ଯଥାକ୍ରମେ ରୌପ୍ୟ ଓ କାଂସ୍ୟ ପଦକ ଜିତିଛନ୍ତି। ଏହାଫଳରେ ଓଡ଼ିଶାର ମୋଟ ପଦକ ସଂଖ୍ୟା ୨୨ରେ ପହଞ୍ଚିଛି। ୪୦କେଜି ବର୍ଗରେ ଜ୍ୟୋତ୍ସ୍ନା ୫୩କେଜି ସ୍ନାଚ୍ ଓ୬୫କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୧୮କେଜି ଭାରୋତ୍ତୋଳନ କରି ଦ୍ବିତୀୟ ସ୍ଥାନ ହାସଲ କରିବା ସହ ରୌପ୍ୟ ପଦକ ଲାଭ କରିଛନ୍ତି। ଅପରପକ୍ଷେ ସମାନ ଓଜନ ବର୍ଗରେ ପ୍ରୀତିସ୍ମିତା ୫୩କେଜି ସ୍ନାଚ୍, ୬୪କେଜି କ୍ଲିନ୍ ଆଣ୍ଡ ଜର୍କ ସହ ମୋଟ ୧୧୭କେଜି ଭାରୋତ୍ତୋଳନ କରି କାଂସ୍ୟ ପଦକ ଜିତିଛନ୍ତି। ଏହି ବର୍ଗରେ ମହାରାଷ୍ଟ୍ରର ଭିନାତାଇ ଆହେର୍‌ ମୋଟ ୧୨୯କେଜି ଭାରୋତ୍ତାଳନ କରି ସ୍ବର୍ଣ୍ଣପଦକ ହାତେଇଥିଲେ।

ସମ୍ବନ୍ଧିତ ଖବର