ପ୍ରସ୍ତାବିତ ମଦ ଦୋକାନକୁ ବିରୋଧ

ଛତିଆ : ବଡ଼ଚଣା ବ୍ଲକ୍‌ ନେଳିଆ ପଞ୍ଚାୟତର ଗୋପପୁର ଛକରେ ପ୍ରସ୍ତାବିତ ମଦ ଦୋକାନକୁ ସ୍ଥାନୀୟ ଲୋକେ ବିରୋଧ କରିଛନ୍ତି। ଏଠାରେ ଗ୍ରିନ ଡାଇମଣ୍ତ ବିଦେଶୀ ଠିପିଖୋଲା ମଦ ଦୋକାନ ପାଇଁ ଜନୈକ ବ୍ୟକ୍ତିଙ୍କୁ ଅନୁମତି ଦିଆଯାଇଛି।

ଏହା ବିରୋଧରେ ନେଳିଆ ସରପଞ୍ଚ ଜୟନ୍ତୀ ସ୍ବାଇଁଙ୍କ ନେତୃତ୍ବରେ ଏକ ପ୍ରସ୍ତାବ ଗୃହୀତ ହୋଇ ଜିଲ୍ଲାପାଳ, ତହସିଲଦାର ଓ ଜିଲ୍ଲା ଅବକାରୀ ଅଧିକାରୀଙ୍କୁ ପ୍ରଦାନ କରାଯାଇଥିଲା। ହେଲେ କୌଣସି ପଦ‌କ୍ଷେପ ନିଆଯାଇନାହିଁ। ଏଠାରେ ମଦ ଦୋକାନ ପାଇଁ ପ୍ରଶାସନ ପକ୍ଷରୁ ଅନୁମତି ଦିଆଗଲେ ନେଳିଆ, ଛତିଆ ଓ ଚମ୍ପାପୁର ପଞ୍ଚାୟତର ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।

ସମ୍ବନ୍ଧିତ ଖବର