ଆଉ ଏକ ମାଲାୟାଲମ ଗୀତ ଗାଇ ଚର୍ଚ୍ଚାରେ ଧୋନି ତନୟା, ଭିଡିଓ ହେଲା ଭାଇରାଲ୍‌

ମୁମ୍ବାଇ: ଅନ୍ୟ ଷ୍ଟାର୍‌ କିଡମାନଙ୍କଠାରୁ ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ଝିଅ ଜିଭା ସୋସିଆଲ୍‌ ମିଡିଆରେ ବେଶ୍‌ ଲୋକପ୍ରିୟ। କେବେ ରୁଟି ବେଲି ତ କେବେ ନୃତ୍ୟ କରି। ପୁଣି କେବେ ଗୀତ ଗାଇ। ଜିଭାଙ୍କର କୌତୂକିଆ ଆଚରଣ ଦେଖିବାକୁ ସୋସିଆଲ୍‌ ମିଡିଆରେ ଲୋକ ପାଗଳ ପ୍ରାୟ। ଏବେ ସେ ନିକଟରେ ଏକ ମାଲାୟାଲମ ଗୀତ ଗାଇ ପୁଣି ଥରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ସେହି ଭିଡିଓଟି ଏବେ ସୋସିଆଲ୍‌ ମିଡିଆରେ ବେଶ୍‌ ଲୋକପ୍ରିୟ ପାଲଟିିଛି। ଏଥରର ଭିଡିଓଟି ଧୋନି ନୁହଁନ୍ତି, ସୋସିଆଲ୍‌ ମିଡିଆରେ ସେୟାର୍‌ କରିଛନ୍ତି ଧୋନିଙ୍କ ପତ୍ନୀ ସାକ୍ଷୀ।

#unwell n yet singing away #winterishere

A post shared by ZIVA SINGH DHONI (@zivasinghdhoni006) on

ଭିଡିଓଟିରେ ଜିଭା ଲୋକପ୍ରିୟ ମାଲାୟାଲମ ଗୀତ ‘କାନିକନୁମ ନରିମ କମଲାନେଥାରନ୍ତେ’ ଗାଉ ଥିବାର ଦେଖିବାକୁ ମିଳିଛନ୍ତି। ଏହି ଭିଡିଓଟିକୁ ଏବେ ସୁଦ୍ଧା ୧୬୧, ୧୩୦ ଲୋକ ଦେଖି ସାରିଲେଣି। ତେବେ, ଜାଭାଙ୍କ ମାଲାୟାଲମ୍‌ ଗୀତ ଦେଖିବା ପରେ ଧୋନିଙ୍କ ଫ୍ୟାନ୍‌ମାନେ ଜିଭାଙ୍କୁ କିଛି ତାମିଲ୍‌ ଗୀତ ଶିଖାନ୍ତୁ ବୋଲି ଅନୁରୋଧ କରିଛନ୍ତି। ଧୋନି ପୂର୍ବରୁ ‘ଚେନ୍ନାଇ ସୁପରକିଙ୍ଗ୍‌ସ’ର ଅଧିନାୟକ ଥିବାରୁ ତାଙ୍କ ଝିଅ ଅନ୍ତତଃପକ୍ଷେ ଗୋଟାଏ ତାମିଲ୍‌ ଗୀତ ଗାଆନ୍ତୁ ବୋଲି ପ୍ରଶଂସକମାନେ ଅଳି କରିଛନ୍ତି। ମାଲାୟାଲମ ପରି ଏକ କଷ୍ଟ ଭାଷାକୁ ଯଦି ଜିଭା ଅଧ୍ୟୟନ କରିପାରିଛନ୍ତି ତେବେ ତାମିଲ ନିଶ୍ଚୟ ପାରିବେ ବୋଲି କେତେକ ପ୍ରଶଂସକ ଦାବିର ସହ କହିଛନ୍ତି। ଉଲ୍ଲେଖଯୋଗ୍ୟ, ଧୋନିଙ୍କ ଲାଡଲୀ ପୂର୍ବରୁ ମଧ୍ୟ ଏକ ମାଲାୟାଲାମ ଗୀତ ଗାଇ ଚର୍ଚ୍ଚାରେ ରହିଥିଲେ।

ସମ୍ବନ୍ଧିତ ଖବର