୪ରୁ ଏସିଆ ଶକ୍ତିଉତ୍ତୋଳନ ପ୍ରତିଯୋଗିତା, ଓଡ଼ିଶାରୁ ୨ ପ୍ରତିଯୋଗୀ

ଭୁବନେଶ୍ୱର: କେରଳର ଆଲେପି ଠାରେ ଆଗାମୀ ଡିସେମ୍ବର ୪ରୁ ଆରମ୍ଭ ହେବାକୁ ଥିବା ଏସିଆ ଶକ୍ତିଉତ୍ତୋଳନ ପ୍ରତିଯୋଗିତାରେ ଓଡ଼ିଶାରୁ ୨ଜଣ ପ୍ରତିଯୋଗୀ ଭାଗ ନେବାକୁ ଯାଉଛନ୍ତି। ଡିସେମ୍ବର ୯ ପର୍ଯ୍ୟନ୍ତ ହେବାକୁ ଥିବା ପ୍ରତିଯୋଗିତାରେ ଓଡ଼ିଶାରୁ ପ୍ରଦୀପ କୁମାର ପାତ୍ର ଓ ଅନୁପମା ସ୍ୱାଇଁ ଭାଗ ନେବେ। ଗତ ସେପ୍ଟେମ୍ବରରେ ଦିଲ୍ଲୀ ଠାରେ ଚୟନ ଶିବିରରେ ସିନିୟର ୬୬କେଜି ବର୍ଗରେ ପ୍ରଦୀପ ଓ ୫୨କେଜି ବର୍ଗରେ ଅନୁପମା ଯୋଗ୍ୟ ବିବେଚିତ ହୋଇଥିଲେ।

ସୂଚନାଯୋଗ୍ୟ, ରାଜ୍ୟ ପୁଲିସ ବିଭାଗରେ କାର୍ଯ୍ୟରତ ଓଡ଼ିଶାର ଉଭୟ ପ୍ରତିଭା ପୂର୍ବରୁ ଅନେକ ଥର ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇଛନ୍ତି। ଆଗାମୀ ପ୍ରତିଯୋଗିତାରେ ଉଭୟ ଖେଳାଳି ଉନ୍ନତ ପ୍ରଦର୍ଶନ କରିବେ ବୋଲି ଓଡ଼ିଶା ଶକ୍ତିଉତ୍ତୋଳନ ସଂଘର ଉପ-ସଭାପତି ତଥା କୋଚ୍‌ ହରି ପ୍ରସାଦ ପଟ୍ଟନାୟକ ଓ ସଂପାଦକ ଚିତ୍ତରଞ୍ଜନ ସ୍ୱାଇଁ ଆଶାପୋଷଣ କରିଛନ୍ତି।

ସମ୍ବନ୍ଧିତ ଖବର