ଚାଳକ ମଦ୍ୟପାନ କରି ରେଳ ଟ୍ରାକ୍‌ରେ ଚଳାଇଲା ପିକ୍‌-ଅପ୍‌ ଭ୍ୟାନ୍‌, ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଜମସେଦପୁର: ଝାଡଖଣ୍ଡର ପାଲାମୁ ଜିଲ୍ଲା  ଡାଲଟନଗଞ୍ଜସ୍ଥିତ ରେଳ ଟ୍ରାକ୍‌ରେ ବୁଧବାର ମଧ୍ୟରାତିରେ ଆସିବାକୁ ଥିବା ଟାଟା ଅମ୍ରିତସର୍‌ ଏକ୍ସପ୍ରେସର ଯାତ୍ରୀମାନେ ଏକ ନିଶ୍ଚିତ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି।

ସୂଚନାଯୋଗ୍ୟ, ବୁଧବାର ମଧ୍ୟରାତିରେ ରାଜହରା ଓ ଲାଲ୍‌ଘର ରେଳ ଷ୍ଟେସନ୍‌ସ୍ଥିତ ଡାଲଟନଗଞ୍ଜସ୍ଥିତ ରେଳ ଟ୍ରାକ୍‌ରେ ଅମ୍ରିତସର୍‌ ଏକ୍ସପ୍ରେସ ଆସିବାକୁ କିଛି ସମୟ ବାକି ଥିଲା। ଏହି ସମୟରେ ଜଣେ ପିକ୍‌-ଅପ୍‌ ଭ୍ୟାନ୍‌ ଚାଳକ ମଦ୍ୟପାନ କରି ଗାଡ଼ିକୁ ଆଣି ସେହି ରେଳ ଟ୍ରାକ୍‌ ଉପରେ ଚଳାଇଥିଲେ। ଟ୍ରେନ୍‌ଟି  ପିକ୍‌-ଅପ୍‌ ଭ୍ୟାନ୍‌ ଠାରୁ  କିଛି  ଦୂରରେ ଥିବା ବେଳେ କେହି ଜଣେ ଏ ସମ୍ପର୍କରେ ସୂଚନା ଦେବାରୁ ଟ୍ରେନ୍‌ଟିକୁ ଆଧା ବାଟରେ ହିଁ ଅଟକାଇ ଦିଆଯାଇଥିଲା। ଏଭଳି କାଣ୍ଡ ଘଟାଇ ଥିବା ମଦ୍ୟପ ଚାଳକଙ୍କ ନାମ ଅଶୋକ ପାସ୍‌ଓ୍ଵାନ୍‌ ବୋଲି ଜଣାପଡ଼ିଛି।

ରେଳ ଟ୍ରାଫିକ୍‌ ଇନ୍ସପେକ୍ଟର ଅରବିନ୍ଦ କୁମାର ସିହ୍ନାଙ୍କ କହିବାନୁସାରେ, ଡ୍ରାଇଭର ଟ୍ରେନ୍‌ ଆସୁଥିବା ବୀପରିତ ଦିଗରେ ପିକ୍‌-ଅପ୍‌ ଚାଳକ ଗାଡ଼ି ନେଇ ଯାଉଥିଲେ। ତେବେ ଏହି ଦୃଶ୍ୟ ଦେଖି ଷ୍ଟେସନ୍‌ରେ ଥିବା ଯାତ୍ରୀମାନେ ଷ୍ଟେସନ୍‌ ମାଷ୍ଟରଙ୍କୁ ଏ ସମ୍ପର୍କରେ ସୂଚନା ଦେଇଥିଲେ। ଷ୍ଟେସନ୍‌ ମାଷ୍ଟର ଏ ଖବର ପାଇବା କ୍ଷଣି ତୁରନ୍ତ ରାଜହରା ଷ୍ଟେସନ୍‌ ପାଖରେ ଟ୍ରେନ୍‌କୁ ଅଟାଇବା ପାଇଁ ଟ୍ରେନ୍‌ ଚାଳକଙ୍କୁ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର