ଆଇପିଏଲ୍‌-୧୩: ଅଧୁରା ରହିଗଲା ଦିଲ୍ଲୀର ସ୍ବପ୍ନ, ପଞ୍ଚମ ଥର ପାଇଁ ବିଜୟ ମୁକୁଟ ପିନ୍ଧିଲା ମୁମ୍ବାଇ ଇଣ୍ଡିଆନ୍ସ

ଦିଲ୍ଲୀ କ୍ୟାପିଟାଲ୍ସକୁ ୫ ୱିକେଟରେ ପରାସ୍ତ କରି ଚାମ୍ପିଅନ୍‌ ହେଲା ମୁମ୍ବାଇ ଇଣ୍ଡିଆନ୍ସ

ଦୁବାଇ: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌)ର ତ୍ରୟୋଦଶ ସଂସ୍କରଣର ଫାଇନାଲରେ ଦିଲ୍ଳୀ କ୍ୟାପିଟାଲ୍ସକୁ ୫ ୱିକେଟ ପରାସ୍ତ କରି ପଞ୍ଚମ ଥର ପାଇଁ ଚାମ୍ପିଅନ୍‌ ହୋଇଛି ମୁମ୍ବାଇ ଇଣ୍ଡିଆନ୍ସ । ଏହାପୂର୍ବରୁ ୨୦୧୩, ୨୦୧୫, ୨୦୧୭ ଏବଂ ୨୦୧୯ ମସିହାରେ ମୁମ୍ବାଇ ଆଇପିଏଲ ଚାମ୍ପିଅନ୍ ହୋଇଥିଲା। ଏଥିସହ ମୁମ୍ବାଇ ସର୍ବାଧିକ ଥର ଟ୍ରଫି ଜିତିବା ରେକର୍ଡ ମଧ୍ୟ ନିଜ ନାମରେ କରିଛି।

ଆଜି ଦୁବାଇରେ ଅନୁଷ୍ଠିତ ଫାଇନାଲ୍ ମ୍ୟଚର  ଦ୍ବିତୀୟ ପାଳିରେ ମୁମ୍ବାଇ ୧୫୭ ରନ୍‌ର ବିଜୟ ଲକ୍ଷ୍ୟକୁ ପିଛା କରି ୧୮.୪ ଓଭରରେ ୫ ୱିକେଟ ହରାଇ ଏହାକୁ ହାସଲ କରିଛି । ମୁମ୍ବାଇ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବ୍ୟାଟିଂ ଦେଖିବାକୁ ମିଳିଥିଲା । ରୋହିତ ଶର୍ମା ୫୧ ବଲରେ ୬୮ ରନ୍‌ କରିଥିବା ବେଳେ ଡି କକ୍‌ ୧୨ ବଲରେ ୨୦ ରନ୍‌ କରିଥିଲେ । ଏହା ପରେ ସୂର୍ଯ୍ୟକୁମାର ଯାଦବଙ୍କ ଓ୍ୱିକେଟ ଶସ୍ତାରେ ହରାଇଥିଲା ଦଳ। ଅଧିନାୟକ ରୋହିତ ଶର୍ମାଙ୍କୁ ନିଶ୍ଚିତ ରନଆଉଟ୍ ହେବାରୁ ବଞ୍ଚାଇବାକୁ ଯାଇ ୨୦ ବଲରେ ୧୯ ରନ୍‌ କରି ରନ୍‌ ଆଉଟ ହୋଇଥିଲେ ସେ । ସେହିପରି ଇଶାନ୍ କିଶାନ୍ ୩୩ ରନ ଓ ପୋଲାର୍ଡ ୯ରନ୍‌ କରିଥିଲେ । ଫଳରେ ମୁମ୍ବାଇ ଏହି ମ୍ୟାଚକୁ ୫ ୱିକେଟରେ ଜିତି ନେଇଥିଲା। ଏହି ବିଜୟ ସହ ମୁମ୍ବାଇ ପ୍ରଥମ ଦଳ ଭାବେ ପଞ୍ଚମ ଥର ପାଇଁ ଆଇପିଏଲ୍‌ରେ ବିଜୟ ମୁକୁଟ ପିନ୍ଧିଛି ।

NDTV

ଅନ୍ୟପଟେ ଏହି ହାଇଭୋଲଟେଜ୍ ମ୍ୟାଚରେ ଦିଲ୍ଳୀ ପକ୍ଷରୁ ଦୁର୍ବଳ ବୋଲିଂ ଦେଖିବାକୁ ମିଳିଥିଲା ଅନ୍ରିଚ୍ ନର୍ଟେଜେ ୨ଟି ୱିକେଟ, ମାର୍କସ୍ ଷ୍ଟୋଇନିସ୍ ଓ କାଗିସୋ ରାବାଡା ୧-୧ ୱିକେଟ ନେଇଥିଲେ । ଫଳରେ ଫାଇନାଲ ମ୍ୟାଚରେ ଦିଲ୍ଲୀ ୫ ୱିକେଟ‌ରେ ପରାଜୟ ବରଣ କରିଥିଲା । ‌ ଦିଲ୍ଲୀ ୧୨ ବର୍ଷ ହେଲା ଆଇପିଏଲ ଖେଳୁଥିଲେ ମଧ୍ୟ ଚଳିତ ବର୍ଷ ପ୍ରଥମ ଥର ପାଇଁ ଫାଇନାଲକୁ ଯାଇଥିଲା । କିନ୍ତୁ ଫାଇନାଲରେ ବିଜୟୀ ହେବାର ଆଶା ଦିଲ୍ଲୀ ପାଇଁ ସ୍ବପ୍ନ ହୋଇ ରହିଗଲା । କିନ୍ତୁ ଅପରପକ୍ଷରେ ମୁମ୍ବାଇ ଲଗାତାର ଦୁଇଥର ଚାମ୍ପିଆନ ହୋଇଛି । ୨୦୧୯ ରେ ଚେନ୍ନାଇକୁ ୧ ରନ୍‌ରେ ପରାସ୍ତ କରି ଚାମ୍ପିଆନ ହୋଇଥିବା ବେଳେ ଏହି ବର୍ଷ ଦିଲ୍ଲୀକୁ ୫ ୱିକେଟରେ ପରାଜୟ କରି ଚାମ୍ପିଆନ ହୋଇଛି ।

ପୂର୍ବରୁ ଦିଲ୍ଲୀ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା ଏବଂ ନିର୍ଦ୍ଧାରିତ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୫୬ ରନ୍‌ କରିଥିଲା । ଦିଲ୍ଲୀର ଇନିଂସରେ ଅଧିନାୟକ ଶ୍ରେସୟ ଆୟର ଓ ଋଷଭ ପନ୍ତ ବିସ୍ଫୋରକ ବ୍ୟାଟିଂ କରିଥିଲେ। ଆୟର ୫୦ ଟି ବଲ ଖେଳି ୬୫ ରନ୍‌ ଯୋଡ଼ିଥିଲେ। ସେ ୬ଟି ଚୌକା ଓ ୨ଟି ଛକା ମାରିଥିଲେ। ସେହିପରି ଋଷଭ ପନ୍ତ ୩୮ଟି ବଲ ଖେଳି ୫୬ ରନ୍‌ ସଂଗ୍ରହ କରିଥିଲେ। ଏଥିରେ ୪ଟି ଚୌକା ଓ ୨ଟି ଛକା ସାମିଲ ଥିଲା। ଶିଖର ଧଓ୍ଵନ ୧୩ଟି ବଲ ଖେଳି ୧୫ ରନ୍‌ କରିଥିଲେ। ମାତ୍ର ମୁମ୍ବାଇକୁ ବଡ଼ ଲକ୍ଷ୍ୟ ଦେଇ ପାରି ନ ଥିଲା।

ସମ୍ବନ୍ଧିତ ଖବର

Comments are closed.