ନାଦାଲ ଚତୁର୍ଥ ଥର ଜିତିଲେ ଆକାପୁଲ୍‌କୋ ଟ୍ରଫି

ଆକାପୁଲ୍‌କୋ (ମେକ୍ସିକୋ): ଅଷ୍ଟ୍ରେଲିଆନ୍‌ ଓପନ୍‌ ବିଜେତା ରାଫେଲ ନାଦାଲ ଚତୁର୍ଥ ଥର ଲାଗି ଶନିବାର ଆକାପୁଲ୍‌କୋ ଟ୍ରଫି କରାୟତ୍ତ କରିଛନ୍ତି। ଏହି ଏଟିପି ୫୦୦ ପ୍ରତିଯୋଗିତା ଫାଇନାଲ୍‌ରେ କୀର୍ତ୍ତିମାନଭରା ୨୧ତମ ଗ୍ଲାଣ୍ଡ ସ୍ଲାମ୍‌ ବିଜେତା ସ୍ପେନୀୟ ତାରକା ସିଧାସଳଖ ୬-୪, ୬-୪ ସେଟ୍‌ରେ ଇଂଲଣ୍ଡର କାମେରନ ନୁରିଙ୍କୁ ହରାଇଥିଲେ। ପାଦ ଆଘାତ ସମସ୍ୟରୁ ମୁକୁଳି କୋର୍ଟକୁ ଫେରିବା ପରେ ବିଶ୍ବର ୫ ନମ୍ବର ୩୫ ବର୍ଷୀୟ ନାଦାଲଙ୍କ ଏହା ୧୫ତମ ସିଧାସଳଖ ବିଜୟ। ପଦ ସମସ୍ୟା ଯୋଗୁଁ ଗତ ବର୍ଷ ପାଖାପାଖି ୬ ମାସ କୋର୍ଟକୁ ଫେରିନଥିଲେ। ଏଠାରେ ନାଦାଲ ୨୦୦୫‌ରେ ପ୍ରଥମ ଏବଂ ଏହା ପରେ ୨୦୧୩ ଓ ୨୦୨୦ରେ ଟ୍ରଫି କରାୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର