ବସ ଦୁର୍ଘଟଣାରେ ବୃଦ୍ଧ ମୃତ୍ୟୁ, ସିନ୍ଧ୍ରମାଳରେ ଉତ୍ତେଜନା

୩୨୬ ଜାତୀୟ ରାଜପଥ ଅବରୋଧ

ମାଲକାନଗିରି: ଆଜି ମଧ୍ୟାରେ ମାଲାକନଗିରି ଥାନା ଅନ୍ତର୍ଗତ ସିନ୍ଧ୍ରିମାଳ ଠାରେ ସରକାରୀ ବସ ଜଣେ ବୃଦ୍ଧଙ୍କୁ ଚପାଇ ଦେବା ଫଳରେ ଘଟଣାସ୍ଥଳରେ ହିଁ ବୃଦ୍ଧଙ୍କର ମୃତ୍ୟୁ ହୋଇଯାଇଥିଲା। ଘଟଣା ଅନୁଯାୟୀ ମାଲକାନଗିରି ଜୟପୁର ରାସ୍ତାର ମାତ୍ର ୧୦ କିଲୋମିଟର ଦୁରରେ ରହିଥିବା ସିନ୍ଧ୍ରିମାଳ ଛକ ନିଟକରେ ଏକ ଚାଉଳ ଲଦି ଅଟୋ ଆସି ରହିଥିଲା। ତେବେ ଅଟରୋ ଜଣେ ବୃଦ୍ଧ ଓହ୍ଲାଇଥିଲେ। ମାଲକାନଗିରି ଠାରୁ ଜୟପୁର ଯାଉଥିବା ସରକାରୀ ବସଟି କ୍ଷୀପ୍ର ଗତିରେ ଯାଉଥିବା ବେଳେ ବୃଦ୍ଧଙ୍କୁ ଭାରସାମ୍ୟ ହରାଇ ଘୋଷାଡି ଘୋଷାଡି ପ୍ରାୟ ୫୦ ମିଟର ନେଇଥିଲା। ଯାହାଫଳରେ ବୃଦ୍ଧଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଯାଇଥିଲା। ବୃଦ୍ଧଙ୍କ ନାମ ଭୀମ ପାଙ୍ଗି ବୋଲି ଜଣାପଡିଛି। ତୁରନ୍ତ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକେ ଆସି ବସକୁ ଅଟକାଇବା ସହ ରାସ୍ତାକୁ ଅବରୋଧ କରିଥିଲେ।

୩୨୬ ଜାତୀୟ ରାଜପଥକୁ ଅବରୋଧ କରି କ୍ଷତିପୂରଣ ଦାବି କରିଥିଲେ। ପୁଲିସ ଏବଂ ଉପଜିଲ୍ଲାପାଳ ଅକ୍ଷୟ ଖେମୁଡୁ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲେ। ପ୍ରାୟ ୩ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ରାସ୍ତାର ଦୁଇ ପଟେ ଶହ ଶହ ଗାଡି ଅଟକି ରହିଥିଲା। ଆଇଆଇସି ଜିଗନ କିଣ୍ଡୋ ଏବଂ ଏସଡିପିଓ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜନାକୁ ଆୟତ୍ତ କରିବା ସହ ଲୋକଙ୍କୁ ବୁଝାସୁଝା କରିଥିଲେ। ପ୍ରଶାସନ ତରଫରୁ ରେଡକ୍ରସ ତରଫରୁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବା ସହ ଅନ୍ୟ ସୁବିଧା ପ୍ରଦାନ କରିବା ପାଇଁ ପ୍ରତିଶ୍ରୁତି ଦେବା ପରେ ରାସ୍ତାରୁ ଲୋକେ ହଟିଥିଲେ।

ସମ୍ବନ୍ଧିତ ଖବର