ଜାତୀୟ ମହିଳା ଫୁଟ୍‌ବଲ୍‌: ଓଡ଼ିଶାର ବିଜୟ ଅଭିଯାନ

ଭୁବନେଶ୍ବର: ପଞ୍ଜାବର ଲୁଧିଆନାରେ ଚାଲିଥିବା ଜାତୀୟ ମହିଳା ଫୁଟ୍‌ବଲ୍‌ ପ୍ରତିଯୋଗିତାର ଫାଇନାଲ୍‌ ରାଉଣ୍ଡରେ ଓଡ଼ିଶା ବିଜୟରୁ ଅଭିଯାନ ଆରମ୍ଭ କରିଛି। ବୁଧବାର ଗୁରୁ ନାନକ ଷ୍ଟାଡିୟମରେ ନିଜର ପ୍ରଥମ ମ୍ୟାଚ୍‌ରେ ଓଡ଼ିଶା ୨-୦ ଗୋଲ୍‌ରେ ଝାଡ଼ଖଣ୍ଡକୁ ପରାସ୍ତ କରିଛି। ଅଧିନାୟିକା ପ୍ୟାରି ଖାଖା (୭ ମିନିଟ୍‌) ଙ୍କ ଗୋଲ୍‌ରେ ଓଡ଼ିଶା ପ୍ରାରମ୍ଭିକ ଅଗ୍ରଣୀ ନେଇଥିଲା। ଏହାପରେ କରିସ୍ମା ଓରାମ (୬୫ ମିନିଟ୍‌) ଗୋଲ୍‌ ଦେଇ ଓଡ଼ିଶାକୁ ୨-୦ରେ ବିଜୟ ଭେଟି ଦେଇଥିଲେ। କରିସ୍ମା ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ଓଡ଼ିଶା ପରବର୍ତ୍ତୀ ମ୍ୟାଚ୍‌ ଶୁକ୍ରବାର ତାମିଲନାଡ଼ୁ ବିପକ୍ଷରେ ଖେଳିବ।

ସମ୍ବନ୍ଧିତ ଖବର