ରବି ଶାସ୍ତ୍ରୀ ପୁଣି ଥରେ ହୋଇପାରନ୍ତି ଟିମ୍‌ ଇଣ୍ଡିଆର କୋଚ୍‌, ବିଦେଶୀ କୋଚ ସପକ୍ଷରେ ନାହିଁ କମିଟି

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଟିମ୍‌ର ମୁଖ୍ୟ କୋଚ ଚୟନ ଲାଗି ପ୍ରଶାସକ କମିଟି (ସିଓଏ) ଦ୍ୱାରା ନିଯୁକ୍ତ କ୍ରିକେଟ ପରାମର୍ଶ କମିଟି (ସିଏସି) ସ୍ପଷ୍ଟ କରି ଦେଇଛି ଯେ, କର୍ତ୍ତୃପକ୍ଷ ଏହି ପଦ ପାଇଁ କୌଣସି ବିଦେଶୀ କୋଚ ଚୟନ ସପକ୍ଷରେ ନାହିଁ। ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଯାହା ଜଣାପଡୁଛି ରବି ଶାସ୍ତ୍ରୀଙ୍କୁ ପୁଣି ଥରେ ଟିମ୍‌ ଇଣ୍ଡିଆର କୋଚ୍‌ ପଦରେ ନିଯୁକ୍ତି କରାଯାଇପାରେ। ସିଓଏ କୋଚ୍‌ ନିଯୁକ୍ତି ପାଇଁ ୩ ସଦସ୍ୟ ବିଶିଷ୍ଟ ସିଏସି ଗଠନ କରିଛି, ଯେଉଁଥିରେ କପିଳ ଦେବ, ଅଂଶୁମାନ ଗାୟକଓ୍ଵାଡ ଓ ଶାନ୍ତା ରଙ୍ଗସ୍ୱାମୀ ସାମିଲ ଅଛନ୍ତି।

ଜାତୀୟ ଗଣମାଧ୍ୟମକୁ ସିଏସିର ଜଣେ ସଦସ୍ୟ କହିଛନ୍ତି, ଶାସ୍ତ୍ରୀଙ୍କ ନେତୃତ୍ୱରେ ଟିମ୍‌ ଇଣ୍ଡିଆ ଭଲ ପ୍ରଦର୍ଶନ କରୁଛି। ସେଥିପାଇଁ ଶାସ୍ତ୍ରୀ ପୁଣି ଥରେ ତିନି ଫର୍ମାଟ ପାଇଁ ଅଧିନାୟକ ନିଯୁକ୍ତ କରାଯାଇଥିବା ବିରାଟ କୋହଲିଙ୍କ ଟିମ୍‌କୁ ତାଲିମ ଦେବେ।

ସିଏସି ସଦସ୍ୟ କହିଛନ୍ତି, ଆମେ ବିଦେଶୀ କୋଚଙ୍କ ନିଯୁକ୍ତି ପକ୍ଷରେ ନାହିଁ କିନ୍ତୁ ଗ୍ୟାରୀ କଷ୍ଟର୍ଣ୍ଣ ଭଳି କୌଣସି ବ୍ୟକ୍ତି ଯଦି ଏହି ପଦ ପାଇଁ ଦରଖାସ୍ତ ଦେଇଥାନ୍ତି, ତା’ହେଲେ ଆମେ ଏଥି ପ୍ରତି ଦୃଷ୍ଟି ଦେବୁ। ମାତ୍ର ଭାରତୀୟ କୋଚ ଆମର ପ୍ରାଥମିକତା ବୋଲି ସେ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର