କବୀରଙ୍କୁ ଏକକ ଟ୍ରଫି

ଭୁବନେଶ୍ବର: ଓଡ଼ିଶାର କବୀର ହଂସ ଖୋର୍ଦ୍ଧାର କେଟି ଗ୍ଲୋବାଲ ସ୍କୁଲ୍‌ଠାରେ ଉଦ୍‌ଯାପିତ ହୋଇଯାଇଥିବା ଆଇଟା-ଓଟିଏ ପୁରୁଷ ୧ ଲକ୍ଷ ଟେନିସ୍‌ ପ୍ରତିଯୋଗିତାରେ ଏକକ ଟ୍ରଫି ଜିତିଛନ୍ତି। ଶୁକ୍ରବାର ଫାଇନାଲ୍‌ରେ କବୀର ୬-୨ ଓ ୬-୨ ସିଧାସଳଖ ସେଟ୍‌ରେ ଆସାମର ସେଖ୍‌ ମହମ୍ମଦ ଇଫ୍‌ତିକାରଙ୍କୁ ପରାସ୍ତ କରିଥିଲେ। ହେଲେ ଯୁଗଳ ଫାଇନାଲ୍‌ରେ କବୀର ହାରିଯାଇଥିଲେ।

ନିଜ ରାଜ୍ୟର ପ୍ରତ୍ୟୁଷ ମହାନ୍ତିଙ୍କୁ ସାଥୀ କରି ଖେଳିଥିବା କବୀର ଯୁଗଳ ଫାଇନାଲ୍‌ରେ ଆସାମ-ଓଡ଼ିଶା ଯୋଡ଼ି ସେଖ୍‌ ମହମ୍ମଦ ଇଫ୍‌ତିକାର ଓ ଆଦିତ୍ୟ ଶତପଥୀଙ୍କଠାରୁ ୩-୬ ଓ ୧-୬ ସେଟ୍‌ରେ ହାରି ଉପବିଜେତାରେ ସନ୍ତୁଷ୍ଟ ରହିଥିଲେ। ଗୋଟିଏ ଲେଖାଏଁ ବିଜେତା ଓ ଉପବିଜେତା ବଳରେ କବୀର ମଧ୍ୟ ଯଥାକ୍ରମେ ୨୦ ଓ ୧୫ ରୢାଙ୍କିଙ୍ଗ୍‌ ପଏଣ୍ଟ ଅର୍ଜନ କରିଥିଲେ। ଏହି ପ୍ରତିଯୋଗିତାରେ ଓଡ଼ିଶା ସମେତ ଭିନ୍ନ ଭିନ୍ନ ୧୩ ରାଜ୍ୟରୁ ମୋଟ ୫୩ ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର