ସୋମନାଥପୁର କ୍ରିକେଟ୍‌ କପ୍‌: ରାମେଶ୍ୱର ଜିତିଲା ଟ୍ରଫି

ଭୁବନେଶ୍ୱର: ଅନୁଗୁଳରେ ଚାଲିଥିବା ସୋମନାଥପୁର କ୍ରିକେଟ୍‌ କପ୍‌କୁ ପୁରୁଣା ଭୁବନେଶ୍ୱରର ରାମେଶ୍ୱର ସ୍ପୋର୍ଟିଂ ଜିତି ନେଇଛି। ଫାଇନାଲରେ ରାମେଶ୍ୱର ୧୦ ରନରେ ତାଳଚେରର ୟୁଥ୍‌ ସ୍ପୋର୍ଟିଂ କ୍ଲବ୍‌କୁ ପରାସ୍ତ କରିଥିଲା। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ରାମେଶ୍ୱର ୨୫ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୪୨ ରନ୍‌ କରିଥିଲା। ଲାଲୁ ମହାନ୍ତି (୪୯, ୫୧ ବଲ), ନିହାର ରଂଜନ ପଟ୍ଟନାୟକ (୪୦, ୪୧ ବଲ), ବିଶ୍ୱଜିତ୍‌ ଭୂୟାଁ (୨୧, ୨୪ ବଲ) ଭଲ ଅବଦାନ ଦେଇଥିଲେ। ବିକାଶ ରାଉତ (୩/୨୨) ଏବଂ ବିଷ୍ଣୁ ବେହେରା (୨/୨୧) ବୋଲିଂ ସଫଳତା ପାଇଥିଲେ। ଜବାବରେ ତାଳଚେର ଦଳ କିନ୍ତୁ ୨୪.୪ ଓଭରରେ ସମସ୍ତ ଓ୍ଵିକେଟ୍‌ ହରାଇ ୧୩୨ ରନ୍‌ କରିଥିଲା। ସୁନୀଲ ସାହୁ ସର୍ବାଧିକ ୨୯ ରନ୍‌ କରିଥିଲେ। ରାମେଶ୍ୱର ପକ୍ଷରୁ ରାକେଶ ଶର୍ମା (୩/୮) ଏବଂ ଲାଲୁ ମହାନ୍ତି (୩/୨୨) ସମାନ ୫ ଓଭର ଲେଖାଏଁ ବୋଲିଂ କରି ଦଳକୁ ବିଜେତା କରାଇବାରେ ପ୍ରମୁଖ ଭୂମିକା ତୁଲାଇଥିଲେ। ଅଲରାଉଣ୍ଡ୍‌ ପ୍ରଦର୍ଶନ ପାଇଁ ଲାଲୁ ମହାନ୍ତି ଫାଇନାଲ୍‌ର ଶ୍ରେଷ୍ଠ ଖେଳାଳି ଏବଂ ଅଧିନାୟକ ବିଶ୍ୱଜିତ୍‌ ଭୂୟାଁ ପ୍ରତିଯୋଗିତାର ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର