ବିଶ୍ୱକପ : ବର୍ଷା ଯୋଗୁଁ ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ବିଳମ୍ବିତ

ବ୍ରିଷ୍ଟଲ : ଗତ କାଲି ପ୍ରବଳ ବର୍ଷା ଯୋଗୁଁ ଦକ୍ଷିଣ ଆଫ୍ରିକା : େଓ୍ଵଷ୍ଟଇଣ୍ଡିଜ ମ୍ୟାଚ ସଂପୂର୍ଣ୍ଣ ଧୋଇଯାଇଥିବାବେଳେ ଆଜି ଖେଳାଯିବାକୁ ଥିବା ଶ୍ରୀଲଙ୍କା-ବାଂଲାଦେଶ ମ୍ୟାଚ ଉପରେ ମଧ୍ୟ ବିପଦ ଦେଖାଦେଇଛି । ବ୍ରିଷ୍ଟଲର କାଉଣ୍ଟି ଗ୍ରାଉଣ୍ଡଠାରେ ଖେଳାଯିବାକୁ ଥିବା ଏହି ମ୍ୟାଚ ବର୍ଷା ଯୋଗୁଁ ବିଳମ୍ବିତ ହୋଇଛି । ବର୍ଷାଛାଡିଯାଇଥିଲେ ମଧ୍ୟ ପଡିଆ ଓଦା ଥିବାରୁ ଟସ ପଡିବା ବିଳମ୍ବ ହୋଇଛି । ବିଶ୍ୱକପରେ ଏପର୍ଯ୍ୟନ୍ତ ଶ୍ରୀଲଙ୍କା ବାଂଲାଦେଶ ମଧ୍ୟରେ ୩ଟି ମ୍ୟାଚ ହୋଇଥିବାବେଳେ ସମସ୍ତ ୩ଟି ମ୍ୟାଚରେ ଶ୍ରୀଲଙ୍କା ଜିତିଛି ।

ଅନ୍ୟପକ୍ଷରେ ଚଳିତ ବିଶ୍ୱକପରେ ଶ୍ରୀଲଙ୍କା ମୋଟ ୩ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚରେ ବିଜୟ ହାସଲ ଓ ଗୋଟିଏ ପରାଜୟ ବରଣ କରିଛି । ୩ୟ ମ୍ୟାଚଟି ବାତିଲ ହୋଇଥିଲା । ଅନ୍ୟପକ୍ଷରେ ବାଂଲାଦଳ ଏପର୍ଯ୍ୟନ୍ତ ୩ଟି ମ୍ୟାଚ ଖେଳି ଗୋଟିକରେ ବିଜୟ ହାସଲ କରିଥିବାବେଳେ ୨ଟିରେ ପରାଜୟ ବରଣ କରିଛି ।

ସମ୍ବନ୍ଧିତ ଖବର