ଶ୍ରୀଲଙ୍କା କ୍ରିକେଟର୍‌ ଗିରଫ

କଲମ୍ବୋ: ଗାଳିଗୁଲଜ କରିବା ସାଙ୍ଗକୁ ନିଶାଶକ୍ତ ଅବସ୍ଥାାର ଗାଡି ଚାଳନା ଅଭିଯୋଗରେ ଜଣେ ସିଂହଳୀ କ୍ରିକେଟର୍‌ ଗିରଫ ହୋଇଛନ୍ତି। ସେ ହେଲେ ରାମିତ୍‌ ରାମ୍ବୁକ୍‌େଓ୍ଵଲା। ଦୁଇ ଜଣ ବିଶ୍ୱବିଦ୍ୟାଳୟ ଛାତ୍ର ତାଙ୍କ ବିରୋଧରେ ଅଭିଯୋଗ ଆଣିଥିଲେ। ଶୁକ୍ରବାର ରାତିରେ ପୁଲିସ ତାଙ୍କୁ ଗିରଫ କରିଥିଲା ବେଳେ ଶନିବାର ଆଲୁଥ୍‌କାଡେ ମାଜିଷ୍ଟ୍ରେଟ୍‌ଙ୍କ ଅଦାଲତରେ ହାଜର କରାଇଛି। ଦେଢ଼ ବର୍ଷ ମଧ୍ୟରେ ରାମ୍ବୁକ୍‌େଓ୍ଵଲା ଦ୍ୱିତୀୟ ଥର ପାଇଁ ଗିରଫ ହୋଇଛନ୍ତି। ୨୦୧୬ ସେପ୍ଟେମ୍ବରରେ କଲମ୍ବୋରେ ଏକ କାର୍‌ ଦୁର୍ଘଟଣାରେ ସଂପୃକ୍ତ ହୋଇ ଜେଲ୍‌ ଯାଇଥିଲେ। ଏହା ପୂର୍ବରୁ ମଧ୍ୟ ୨୦୧୩ରେ ଏକ ବିଚିତ୍ର ଘଟଣାରେ ସଂପୃକ୍ତ ଥିଲେ। ସେତେବେଳେ ଶ୍ରୀଲଙ୍କା-ଏ ଦଳ ସହ କାରବୀୟ ରାଷ୍ଟ୍ରରୁ ଫେରୁଥିଲା ବେଳେ ବିମାନ ଭିତରେ (୩୫,୦୦୦ ଫୁଟ୍‌ ଉଚ୍ଚରେ ଉଡୁଥିଲା ବେଳେ) ଏୟାରକ୍ରାଫ୍ଟ କ୍ୟାବିନ୍‌ ଦ୍ୱାର ଖେଳିବାକୁ ଉଦ୍ୟମ କରୁଥିଲେ। କେବଳ ସେତିକି ନୁହେଁ, ଶ୍ରୀଲଙ୍କା ୧୯ ବର୍ଷରୁ କମ୍‌ ଦଳରେ ସାମିଲ ହେବାଠାରୁ ଏପର୍ଯ୍ୟନ୍ତ ରାମ୍ବୁକ୍‌େଓ୍ଵଲା ବିଶୃଙ୍ଖଳିତ ଆଚରଣର ଇତିହାସ ଲେଖି ଚାଲିଛନ୍ତି। ଏବେ ସଦ୍ୟ ଗିରଫ ପରେ ଶ୍ରୀଲଙ୍କା କ୍ରିକେଟ୍‌ ବୋର୍ଡ ଅଦାଲତ ନିଷ୍ପତ୍ତିକୁ ଅପେକ୍ଷା କରିଛି। ଯଦି ସେ ଦୋଷୀ ସାବ୍ୟସ୍ତ ହୁଅନ୍ତି, ତେବେ ବୋର୍ଡ ତାଙ୍କ ବିପକ୍ଷରେ ନିଜେ ଦଣ୍ଡବିଧାନ କରିବ ବୋଲି କହିଛି। ରାମ୍ବୁକ୍‌େଓ୍ଵଲା ଶ୍ରୀଲଙ୍କା ପାଇଁ ୨ ଟେ୍ଵଣ୍ଟି-୨୦ ଖେଳିଛନ୍ତି।

ସମ୍ବନ୍ଧିତ ଖବର