ଜୁଲାଇ ମଧ୍ୟଭାଗରେ ଟି-୨୦ ବିଶ୍ବକପ୍‌ ନିଷ୍ପତ୍ତି

ଦୁବାଇ: ଜୁଲାଇ ମସ ମଧ୍ୟଭାଗରେ ହେବାକୁଥିବା ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ବୋର୍ଡ ‌ବୈଠକରେ ଅଷ୍ଟ୍ରେଲିଆରେ ହେବାକୁଥିବା ‌ଟି-୨୦ ବିଶ୍ବକପ୍‌ ଉପରେ ନିଷ୍ପତ୍ତି ହେବାର ପ୍ରାୟତଃ ସମ୍ଭାବନା ରହିଛି। ଚଳିତ ମାସରେ ଦ୍ବିତୀୟ ଥର ଲାଗି ଗୁରୁବାର ଆଇସିସି ବୋର୍ଡ ସଦସ୍ୟଙ୍କ ଭିଡିଓ କନ୍‌ଫେରେନ୍ସରେ ଆଲୋଚନା ହୋଇଥିଲା। ଏଥିରେ ଟି-୨୦ ବିଶ୍ବକପ୍‌ କଥା ଆଦୌ ଆଲୋଚନାକୁ ଆସିନଥିଲା ବେଳେ କେବଳ ଅଧ୍ୟକ୍ଷ ନିର୍ବାଚନ ଉପରେ ଆଲୋଚନା ହୋଇଥିଲା। ଅଧ୍ୟକ୍ଷ ନିର୍ବାଚନ ଉପରେ ଭଲ ଆଲୋଚନା ହୋଇଥିଲା ଏବଂ ଆସନ୍ତା ସପ୍ତାହ ମଧ୍ୟରେ ଶେଷ ନିଷ୍ପତ୍ତି ନିଆଯିବ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ଶଶାଙ୍କ ମନୋହରଙ୍କ ସ୍ଥାନ ନେବା ଲାଗି ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ୍‌ ବୋର୍ଡ (ଇସିବି) ଅଧ୍ୟକ୍ଷ କଲିନ ଗ୍ରେଭ୍‌ସ ଦୌଡ଼ରେ ଆଗରେ ରହିଛନ୍ତି। କୁଲିଂ-ଅଫ୍‌ ପିରିଅଡ୍‌ ଯଦି ବୋର୍ଡ ସମ୍ବିଧାନରୁ ଉଠେ ତେବେ ବିସିସିଆଇ ସଭାପତି ସୌରଭ ଗାଙ୍ଗୁଲି ଏହି ପଦ ଲାଗି ଲଢ଼ିବା ସମ୍ଭାବନା ରହିଛି।

ସମ୍ବନ୍ଧିତ ଖବର