ରାଜ୍ୟରେ ମହିଳା ଅସୁରକ୍ଷିତ: ୧୦ ବର୍ଷରେ ୧୪,୯୯୧ ନାବାଳିକାଙ୍କ ସମେତ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର

ଭୁବନେଶ୍ବର: ରାଜ୍ୟରେ ମହିଳାମାନେ ସୁରକ୍ଷିତ ନାହଁନ୍ତି। ପ୍ରତିଦିନ ଥାନାକୁ ଦୁଷ୍କର୍ମ, ଅସଦାଚରଣ, ଯୌତୁକଜନିତ ମାମଲା ଆସୁଛି। ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୧୪,୯୯୧ ଜଣ ନାବାଳିକା ମଧ୍ୟ ଅଛନ୍ତି। ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରୁ କଂଗ୍ରେସ ବିଧାୟକ ସଂନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଆଜି ଲିଖିତ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା।

ବିଧାନସଭାର ଶୀତକାଳୀନ ଅଧିବେଶନର ୪ର୍ଥ କାର୍ଯ୍ୟଦିବସରେ ସୋମବାର ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ବିଗତ ୧୦ ବର୍ଷ ମଧ୍ୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ୨୮,୦୨୧ ଜଣ ଦୁଷ୍କର୍ମର ଶିକାର ହୋଇଛନ୍ତି। ଏଥିରେ ୧୪,୨୯୧ ଜଣ ନାବାଳିକା ସାମିଲ ଅଛନ୍ତି। ସେହିପରି ୨୭,୧୪୯ଟି ଯୌତୁକଜନିତ ନିର୍ଯାତନା ମାମଲା ସାମ୍ନାକୁ ଆସିଛି। ରାଜ୍ୟରେ ମହିଳାଙ୍କ ଉପରେ ଅପରାଧର ଉଦ୍‌ବେଗଜନକ ସ୍ଥିତି ଦେଖିବାକୁ ମିଳିଛି। ଏଥି ସହିତ ରାଜ୍ୟ ସରକାର ୨୦୧୦ରୁ ୨୦୨୨ ମଧ୍ୟରେ ସଂଗଠିତ ଅପରାଧର ତଥ୍ୟ ରଖିଛନ୍ତି।

ବଲାଙ୍ଗୀର ମ୍ୟୁନିସିପାଲିଟିର ଏଏସିଏସ୍‌ଓ ପୁଷ୍ପଲତା ଦାସ ମାମଲାରେ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ, ୫୦୬ ଭାରତୀୟ ପିଙ୍ଗଲ କୋର୍ଡ/୩ (୧) ଆର (ଏସ୍‌) ୨ (ଭି.ଏ) ଏସ୍‌.ସି ଏବଂ ଏସ୍‌.ଟି (ପିଏ) ଧାରାରେ ମାମଲା ରୁଜୁ କରାଯାଇଛି। ତଦନ୍ତ ସମୟରେ ତଦନ୍ତକାରୀ ଅଧିକାରୀ ଘଟଣାସ୍ଥଳ ପରିଦର୍ଶନ କରିବା ସହ ଅଭିଯୋଗକାରୀ ଏବଂ ଅନ୍ୟ ସାକ୍ଷ୍ୟମାନଙ୍କର ବୟାନ ଦଫା ୧୬୧ ଭାରତୀୟ କାର୍ଯ୍ୟବିଧି ଆଇନ୍‌ ଅନୁଯାୟୀ ରେକର୍ଡ କରିଛନ୍ତି। ଅଭିଯୋଗକାରୀ ପୁଷ୍ପଲତା ଦାସ ଏବଂ ଏଫ୍‌ଆଇଆରରେ ଉଲ୍ଲେଖ ଥିବା ଅଭିଯୁକ୍ତ ମିର୍‌ ରାଜା ଅଲ୍ଲିଙ୍କ ଜାତିଗତ ପ୍ରମାଣ ପତ୍ର ପାଇଁ ସଂପୃକ୍ତ ତହସିଲଦାରମାନଙ୍କୁ ଅନୁରୋଧ କରାଯାଇଛି। ମିର୍‌ ରାଜା ଅଲ୍ଲିଙ୍କୁ ନୋଟିସ୍‌ ପ୍ରଦାନ କରାଯାଇଛି। ଏହି ମାମଲାର ତଦନ୍ତ ଚାଲୁଅଛି ଏବଂ ପ୍ରମାଣ ଆଧାରରେ ସଠିକ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ସମ୍ବନ୍ଧିତ ଖବର