ପାଠପଢ଼ା ଛାଡ଼ିବା ପରେ ୧୫ବର୍ଷ ବୟସରେ ମାସକୁ ୮ଲକ୍ଷ ଟଙ୍କା ରୋଜଗାର କରୁଥିଲେ ଏହି ବ୍ୟକ୍ତି, ଏବେ କୋଟିକୋଟି ଟଙ୍କାର ମାଲିକ

ନୂଆଦିଲ୍ଲୀ: ଜଣେ କିଶୋର ବ୍ୟବସାୟ କରିବେ ବୋଲି ଯୋଜନା ରଖି ସ୍କୁଲ ପାଠପଢ଼ାକୁ ଅଧାରୁ ଛାଡ଼ି ଦେଇଥିଲେ। ତେବେ ଏହି କିଶୋରଙ୍କ ଭାଗ୍ୟ ଏମିତି ସାତ ଦେଇଥିଲା କି ଖୁବ ଅଳ୍ପଦିନ ମଧ୍ୟରେ ସେ ସଫଳତା ହାସଲ କରିଥିଲେ। ଏହି କାରଣରୁ ଅନେକ ବଡ଼ବଡ଼ କମ୍ପାନି ତାଙ୍କର କ୍ଲାଇଣ୍ଟ ହୋଇଯାଇଥିଲେ। ଏହି କ୍ଲାଇଣ୍ଟ ତାଲିକାରେ ବଡ଼ବଡ଼ କଳାକାର ବି ସାମିଲ ଥିଲେ। ତେବେ ଖୁବ କମ ବୟସରୁ ବ୍ୟବସାୟ ଆରମ୍ଭ କରିଥିବା ଏହି ବ୍ୟକ୍ତିଙ୍କ ନାମ ଚେସ ଚେପଲ। ସେ ଆମେରିକାରେ ବସବାସ କରନ୍ତି।

ଚେସ କହନ୍ତି, ‘ସ୍କୁଲର ଧନୀ ସାଙ୍ଗମାନଙ୍କୁ ଦେଖି ତାଙ୍କୁ ହିଂସା ହୋଇଥାଏ।  ଏହି କାରଣରୁ ସେ ୧୫ବର୍ଷ ବୟସରେ  ସ୍କୁଲ ପାଠପଢ଼ା ଛାଡ଼ି ଦେଇଥିଲେ। ଏହି ସମୟରେ ସେ ବିଜନେସ ମ୍ୟାନେଜମେଣ୍ଟ ଓ ଛୋଟଛୋଟ ବ୍ୟବସାୟ କରି ଟଙ୍କା ରୋଜଗାର କରିବା ଆରମ୍ଭ କରିଥିଲେ।’

ଚେସ ବ୍ୟବସାୟ ଆରମ୍ଭ କରିବା ପରଠାରୁ ହିଁ ସୋସିଆଲ ମିଡିଆ ମାର୍କେଟିଂକୁ ଧରି ନେଇଥିଲେ।  ସେ ଟିକଟକ ଓ ଫେସବୁକ ଭଳି ପ୍ଳାଟଫର୍ମରେ ଭିନ୍ନଭିନ୍ନ କମ୍ପାନିମାନଙ୍କର ବିଜ୍ଞାପନ ଦେବା କାମ କରିଥିଲେ। ଏଥିରେ ଅନେକ ନାମୀଦାମୀ କମ୍ପାନି ବି ସାମିଲ ରହିଥିଲେ।’

ଚେସ କହନ୍ତି, ‘ମୁଁ ସର୍ବଦା ମୋ ସର୍ତ୍ତରେ ଜୀବନ ଜିଇଁବାକୁ ଚାହିଁଥାଏ। ପିଲାବେଳରୁ ମୁଁ ଉଚ୍ଚ ଆଶ ରଖି ଆସିଛି। ଯେତେବେଳ ଶ୍ରେଣୀର ପିଲାମାନେ ପୁଲିସ, ଡାକ୍ତର ଓ ଅଗ୍ନିଶମ ବିଭାଗରେ ଚାକିରି କରିବେ ବୋଲି ସ୍ବପ୍ନ ଦେଖୁଥିବା କହୁଥିବା ବେଳେ ମୁଁ ବିଶ୍ବଭ୍ରମଣ କରିବି ବୋଲି କହୁଥିଲୁ। ପାଠପଢ଼ା ପ୍ରତି ଆଗ୍ରହ ନହେବାରୁ ମୁଁ ଅଧାରୁ ପାଠ ଛାଡ଼ି ବ୍ୟବସାୟ ଆରମ୍ଭ କରିଥିଲି। ଏହି ସମୟରେ ମୋର ସହପାଠୀ ଓ ଶିକ୍ଷକ-ଶିକ୍ଷୟିତ୍ରୀ  ମୋତେ ପାଗଳ ବୋଲି ଭାବୁଥିଲେ। ପାଠପଢ଼ା ଛାଡ଼ି ବ୍ୟବସାୟରେ ମନ ଦେଇ କାମ କରୁଥିବାରୁ ୧୫ବର୍ଷ ବୟସରେ ପାଖାପାଖି ୮ଲକ୍ଷ ଟଙ୍କା ରୋଜଗାର କରି ନେଉଥିଲି।’

ସମ୍ବନ୍ଧିତ ଖବର