ନସକରିଆ ଶୈବପୀଠରେ ୩୦ ହଜାରରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ସମାଗମ; ପାହାଚ ନିର୍ମାଣ ପାଇଁ ଦାବି

ରାଇରଙ୍ଗପୁର/ଗୋରୁମହିଷାଣୀ: ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁର ବ୍ଲକ୍ ଗୋରୁମହିଷାଣୀ ନିକଟସ୍ଥ ସୁଣ୍ଢଳ ଗ୍ରାମ ନିକଟରେ ଥିବା ନସକରିଆ (ପାହାଡ ଗୁମ୍ଫା)ପୀଠରେ ଶୁକ୍ରବାର ମହାଶିବରାତ୍ରି ଉପଲକ୍ଷେ ୩୦ ହଜାରରୁ ଅଧିକ ଭକ୍ତଙ୍କ ସମାଗମ ହୋଇଥିଲା। ପ୍ରତ୍ୟେକ ବର୍ଷ ପରି ଏହି ବର୍ଷ ମଧ୍ୟ ଏହି ପୀଠରେ ଭୋର ୨ ଟାରୁ ରାତ୍ର ୧୦ ଘଟିକା ପ୍ରର୍ଯ୍ୟନ୍ତ ଭକ୍ତଙ୍କ ଭିଡ ଜମିଥାଏ।

ତେବେ ଚଳିତ ବର୍ଷ ଏହି ପୀଠକୁ ମୟୂରଭଞ ସମେତ ପଡଶୀ ଜିଲ୍ଲା କେନ୍ଦୁଝର, ପଡ଼ୋଶୀ ରାଜ୍ୟ ଝାରଖଣ୍ଡ, ପଶ୍ଚିମବଙ୍ଗରୁ ୨୦ ହଜାରରୁ ଅଧିକ ଭକ୍ତ ଆସିଥିବା ଜଣାପଡ଼ିଛି। ସେମାନେ ଜିତିଛନ୍ତି ମଧ୍ୟ ତେବେ ଦେଖିବାକୁ ବାକି ରହିଲା ପାହାଚ ନିର୍ମାଣ କେବେ ହେଉଛି। ଏଠାରେ ପୂଜାକମିଟିର ସଭାପତି ଭଳାନାଥ ସିଂ, ସମ୍ପାଦକ ତରୁଣ ତୁଙ୍ଗ, କୋଷାଧ୍ୟକ୍ଷ ମାଲୁ ଟିପରିଆ ସମସ୍ତ କାର୍ଯ୍ୟ ତୁଲାଇଥିବା ବେଳେ କମିଟିର ସଦସ୍ୟ ହେମନ୍ତ ସିଂହ, ଜଳେଶ୍ୱର ଦେଓ, ବାପୁନ, ସୁମିତ୍, ପିଣ୍ଟୁ ଧଳ, ରାଜେନ, ତୋଫାନ ମୁଣ୍ଡା, ମୁନା ପାଟବନ୍ଧା, ଜଗଦୀଶ ଟିପରିଆ, ଡେନିସ, ଆଦିତ୍ୟ, ଗୋପୀନାଥ ସି, ସଂଜୟ, ଟିକିନା, ଅଜୁ ପ୍ରମୂଖ ସହଯୋଗ କରିଥିବା ବେଳେ ପୂଜକ ଭାବେ ବିନୋଦ କୁମାର ଧଳ ପୂଜା କାର୍ଯ୍ୟ ତୁଲାଇଥିଲେ। ଗୋରୁମହିଷାଣୀ ପୁଲିସର କଡ଼ା ସୁରକ୍ଷା ବ୍ୟବସ୍ଥା ଥିବାରୁ କୌଣସି ଗଣ୍ଡଗୋଳ ଦେଖିବାକୁ ମିଳିନଥିଲା।

ତେବେ ୨୮୦୦ ମିଟର ଉଚ୍ଚ ବିଶିଷ୍ଟ ପାହାଡକୁ ଚଢିବା ପାଇଁ ପାହାଚ ନ ଥିବାରୁ ଶ୍ରଦ୍ଧାଳୁମାନେ ବହୁ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ୨୮୦୦ ଫୁଟ୍ ଉଚ୍ଚତା ବିଶିଷ୍ଟ ପାହାଡକୁ ଚଢିବା ପାଇଁ ପାହାଚ ନିର୍ମାଣ ପାଇଁ ଦାବି ହେଉଛି। ତେବେ ଚଳିତ ନିର୍ବାଚନ ସମୟରେ ଜନପ୍ରତିଧିମାନେ ଜିତିଲେ ପାହାଚ ନିର୍ମାଣ କରିଦେବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ତେବେ ଦେଖିବାକୁ ବାକି ରହିଲା ପାହାଚ କେବେ ନିର୍ମାଣ ହେଉଛି।

ସମ୍ବନ୍ଧିତ ଖବର