ମହାପ୍ରଭୁଙ୍କୁ ୫ କିଲୋ ସୁନା ଦାନ କଲେ ଶ୍ରଦ୍ଧାଳୁ

ପୁରୀ : ପବିତ୍ର ଶ୍ରୀପଞ୍ଚମୀ ଅବସରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପ୍ରାୟ ୪ କିଲୋ ୮୫୮ ଗ୍ରାମ ସୁନା ଓ ପ୍ରାୟ ୩ କିଲୋ ୮୭୬ ଗ୍ରାମ ରୁପା ଦାନ କରିଛନ୍ତି ଜଣେ ଶ୍ରଦ୍ଧାଳୁ । ଆଜି ଉକ୍ତ ଶ୍ରଦ୍ଧାଳୁଙ୍କ ପ୍ରତିନିଧି ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ସୁନା ଅଳଙ୍କାର ଦାନ କରିଛନ୍ତି ।

ଏସବୁ ଅଳଙ୍କାର ମଧ୍ୟରେ ରହିଛି ବଡ଼ ଠାକୁର ବଳଭଦ୍ରଙ୍କ ୪୦ଟି ଶ୍ରୀମୁଖପଦ୍ମ, ୨ଟି ଝୋବା, ମହାପ୍ରଭୁ ଜଗନ୍ନାଥଙ୍କ ପାଇଁ ୫୩ଟି ଶ୍ରୀମୁଖପଦ୍ମ ଓ ୨ଟି ଝୋବା, ସୁଭଦ୍ରାଙ୍କ ପାଇଁ ୨ଟି ତଡ଼କି ଓ ୨ଟି ଝୋବା ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡ. କିଷନ କୁମାରଙ୍କ ଉପସ୍ଥିତିରେ ମନ୍ଦିର ପ୍ରଶାସନକୁ ଏହି ଅଳଙ୍କାର ହସ୍ତାନ୍ତର କରାଯାଇଛି । କେବଳ ସୁନା ନୁହେଁ ଅନେକ ଶ୍ରଦ୍ଧାଳୁ ଶ୍ରୀଜୀଉଙ୍କୁ ଟଙ୍କା ମଧ୍ୟ ଦାନ କରିଥାନ୍ତି । ପୂର୍ବରୁ ଅନେକ ରାଜା ମହାରାଜା, ଧନାଢ୍ୟ ବ୍ୟକ୍ତି ମହାପ୍ରଭୁଙ୍କୁ କେବଳ ସୁନା ନୁହେଁ, ହୀରା, ନିଳା ପରି ଅନେକ ମୂଲ୍ୟବାନ ରତ୍ନ ଦାନ କରିବାର ଇତିହାସ ରହିଛି ।

ସମ୍ବନ୍ଧିତ ଖବର