ପହଞ୍ଚିଲା ୭ ଶ୍ରମିକ ଟ୍ରେନ୍‌, ଆଜି ଲାଗିବ ଆଉ ୫ ଟ୍ରେନ୍‌

ଭୁବନେଶ୍ବର : ଓଡ଼ିଶାକୁ ପ୍ରବାସୀ ଓଡ଼ିଆଙ୍କ ଆଗମନ ଜାରି ରହିଛି। ଆଜି ୭ଟି ଟ୍ରେନ୍‌ ଓଡ଼ିଶାରେ ପହଞ୍ଚିଥିବା ବେଳେ ଆସନ୍ତାକାଲି ଆଉ ୫ଟି ଟ୍ରେନ୍‌ ଲାଗିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ବାଲେଶ୍ବରରେ ସର୍ବାଧିକ ‌୫ଟି ଟ୍ରେନ୍‌ ଲାଗିଥିଲା। ସୁରତରୁ ଆସିଥିବା ଦୁଇଟି ଟ୍ରେନ୍‌ ମଧ୍ୟରୁ ଗୋଟିଏ ବାଲେଶ୍ବର ଓ ଅନ୍ୟଟି ଖୋର୍ଧାରୋଡରେ ପହଞ୍ଚିଥିଲା। ସେହିପରି ଗୁଜୁରାଟର ମୁରବିରୁ ଆସିଥିବା ଦୁଇଟି ଟ୍ରେନ୍‌ ବାଲେଶ୍ବର, ଆନ୍ଧ୍ର ପ୍ରଦେଶର ଚିତ୍ତରରୁ ଆସିଥିବା ଗୋଟିଏ ଟ୍ରେନ୍‌ ଭଦ୍ରକ, ତାମିଲନାଡ଼ୁର ତିରୁପୁରରୁ ଆସିଥିବା ଗୋଟିଏ ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ବାଲେଶ୍ବର ଓ ଆନ୍ଧ୍ର ପ୍ରଦେଶର ଗୁଣ୍ଟୁର ନିକଟ ନମ୍ବରରୁ ଆସିଥିବା ଗୋଟିଏ ଟ୍ରେନ୍‌ ବାଲେଶ୍ବରରେ ଲାଗିଥିଲା। ଉକ୍ତ ୭ଟି ଟ୍ରେନ୍‌ରେ ପାଖାପାଖି ୮ ହଜାର ପ୍ରବାସୀ ଓଡ଼ିଆ ପହଞ୍ଚିଥିବା ସୂଚନା ମିଳିଛି।

ଅନ୍ୟପକ୍ଷରେ ଦେଶର ବିଭିନ୍ନ ଷ୍ଟେସନରୁ ୫ଟି ଟ୍ରେନ୍‌ ଓଡ଼ିଶା ଅଭିମୁଖେ ବାହାରିଛି, ଯାହାକି ଆସନ୍ତାକାଲି ଓଡ଼ିଶାରେ ପହଞ୍ଚିବ। ସୁରତରୁ ‌ଦୁଇଟି ଟ୍ରେନ୍‌ ଆସି ଗଞ୍ଜାମ ଜିଲ୍ଲାର ଜଗନ୍ନାଥପୁର ଷ୍ଟେସନରେ ପହଞ୍ଚିବାକୁ ଥିବା ବେଳେ କୋଇମ୍ବାଟୁରରୁ ଭଦ୍ରକ, ଗୁଜୁରାଟର ମୋରବିରୁ ବାଲେଶ୍ବର, ତେଲେଙ୍ଗାନାର ବିନିନଗରରୁ ବାଲେଶ୍ବରକୁ ଗୋଟିଏ ଲେଖାଏ ଟ୍ରେନ୍‌ ଆସିବ। ଗତକାଲି ତଥା ୧୩ ତାରିଖ ସୁଦ୍ଧା ଓଡ଼ିଶାକୁ ୩୭ଟି ଶ୍ରମିକ ସ୍ବତନ୍ତ୍ର ଟ୍ରେନ୍‌ ଆସିଛି।

ସମ୍ବନ୍ଧିତ ଖବର