ନନ୍ଦନକାନନକୁ ଆସିଲା ୧୩ ଫୁଟିଆ ଘଡ଼ିଆଳ

ବାରଙ୍ଗ/ତ୍ରିଶୁଳିଆ: ବାଲେଶ୍ବର ଜିଲ୍ଲା ଭୋଗରାଇ କୀର୍ତ୍ତନିଆ ବିଟ୍‌ ଅଧୀନ ମୂରଲୀଚଡ଼ ନିକଟ ବଙ୍ଗୋପସାଗରରୁ ଉଦ୍ଧାର ହୋଇଥିବା ଏକ ଘଡ଼ିଆଳ କୁମ୍ଭୀର ଏବେ ନନ୍ଦନକାନନରେ। ତା’ର ଓଜନ ୧୧୮ କେଜି ହୋଇଥିବାବେଳେ ଲମ୍ବ ପାଖାପାଖି ୧୩ ଫୁଟ୍‌। ଏହାକୁ ନନ୍ଦନକାନନର ୨୭ନମ୍ବର ଖୁଆଡ଼ରେ ଛଡ଼ାଯାଇଛି। ବଙ୍ଗୋପସାଗରକୁ ୨୪ଜଣ ମତ୍ସ୍ୟଜୀବୀ ମାଛ ଧରିବାକୁ ଯାଇଥିବାବେଳେ କୁମ୍ଭୀରଟି ତାଙ୍କ ଜାଲରେ ପଡ଼ିଥିଲା। ସେମାନେ ତାକୁ କାବୁକରି ବନ ବିଭାଗକୁ ଖବର ଦେଇଥିଲେ। ନନ୍ଦନକାନନକୁ ଏହି ସୂଚନା ଦିଆଯିବାରୁ ଶୁକ୍ରବାର ରାତିରେ କର୍ମଚାରୀଙ୍କର ଏକ ଦଳ ଘଡ଼ିଆଳକୁ ଆଣିବା ପାଇଁ ଯାଇଥିଲେ। ଆଜି ଘଡ଼ିଆଳକୁ ବନ ବିଭାଗ ନନ୍ଦନକାନନ କର୍ତ୍ତୃପକ୍ଷଙ୍କୁ ହସ୍ତାନ୍ତର କରିଥିଲେ।

ସମ୍ବନ୍ଧିତ ଖବର