ମା’ଙ୍କ ଶ୍ରାଦ୍ଧ କାମରେ ଯୋଗଦେବାକୁ ପାରୋଲରେ ଆସିଲା ଅବଦୁର ରେହମାନ

କଟକ: ପାରୋଲରେ ସନ୍ଦିଗ୍ଧ ଆତଙ୍କବାଦୀ ଅବଦୁର ରେହମାନ । ମାଆର ଶ୍ରାଦ୍ଧ କାମ ପାଇଁ ଚୌଦ୍ୱାର ଜେଲରୁ ପଶ୍ଚିମକଚ୍ଚ ଗାଁକୁ ଆସିଛି ରେହମାନ । ଦିଲ୍ଲୀ କୋର୍ଟ ୪ ଘଣ୍ଟା ପାଇଁ ପାରୋଲ ଅନୁମତି ଦେଇଥିବାରୁ କଡା ସୁରକ୍ଷା ଭିତରେ ରେହମାନକୁ ନିଜ ପୈତୃକ ଘରକୁ ଅଣାଯାଇଛି । ଘଟଣା ସ୍ଥଳରେ ତାଙ୍କୁ ପୁଲିସ ଜଗି ରହିଛି ।

ଅଲକାଏଦା ଲିଙ୍କ ପୂର୍ବରୁ ଗିରଫ ହୋଇଥିଲା ରେହମାନ । ଆଜି ଶ୍ରାଦ୍ଧ କାମ କରି ଜେଲକୁ ପୁଣି ଫେରିବ ରେହମାନ ।ଏଠାରେ ସୂଚନା ଯୋଗ୍ୟ ଯେ ରେହମାନକୁ ଦିଲ୍ଲୀ ପୁଲିସ, କମିସନରେଟ୍‌ ପୁଲିସ ସହାୟତାରେ ୨୦୧୫, ଡିସେମ୍ବର ୧୬ ତାରିଖରେ ଜଗତପୁର ଥାନା ଅନ୍ତର୍ଗତ ପଶ୍ଚିମକଚ୍ଛରୁ ବିଳମ୍ବିତ ରାତିରେ ଗିରଫ କରିଥିଲା।

ଏହା ପରେ ଅବଦୁର ବିରୋଧରେ କ୍ରାଇମବ୍ରାଞ୍ଚ ତଦନ୍ତ କରିଥିଲା। ଅନ୍‌ଲଫୁଲ ଆକ୍ଟିଭିଟିଜ୍‌(ପ୍ରିଭେନସନ୍‌) ଆଇନ, ୧୯୬୭ର ଧାରା ୧୬,୧୭,୧୮,୧୮-ବି,୨୦,୨୧,୩୮,୪୦ ଓ ଆଇପିସିର ଦଫା ୧୨୪-ଏରେ ରେହମାନ ବିରୋଧରେ ଅଦାଲତରେ ଚାର୍ଜଫ୍ରେମ୍‌ କରାଯାଇଥିଲା।

ସମ୍ବନ୍ଧିତ ଖବର