ସ୍ବେଚ୍ଛାକୃତ ଅବସର ନେଲେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଦର୍ଶନ ପାଲ ଠାକୁର

ଭୁବନେଶ୍ବର: ୧୯୮୬ ବ୍ୟାଚର ଆଇଏଏସ ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁଦର୍ଶନ ପାଲ ଠାକୁର ସ୍ବେଚ୍ଛାକୃତ ଅବସର ନେଇଥିବା କହିଛନ୍ତି। ଆସନ୍ତା ମାସ ପହିଲାରୁ ଏହା କାର୍ଯ୍ୟକାରୀ ହେବ। ଏ ସଂକ୍ରାନ୍ତରେ ସେ ରାଜ୍ୟ ସରକାରଙ୍କୁ ଗତ ୨ ତାରିଖରେ ଚିଠି ଦ୍ବାରା ଅବଗତ କରାଇଛନ୍ତି। ବ୍ୟକ୍ତିଗତ କାରଣରୁ ସେ ସ୍ବେଚ୍ଛାକୃତ ଅବସର ନେଇଛନ୍ତି। ତେବେ ସ୍ବେଚ୍ଛାକୃତ ଅବସର ନେବା ପାଇଁ କିଛି ନିୟମ ରହିଛି। ଜଣେ ଆଇଏଏସ ଅଫିସର ୩୦ ବର୍ଷ କାର୍ଯ୍ୟ କରି‌ଥିବେ ଏବଂ ତାଙ୍କୁ ୫୦ ବର୍ଷ ହୋଇଥିଲେ ସେ ସ୍ବେଚ୍ଛାକୃତ ଅବସର ନେଇପାରିବେ।

ତେବେ ୩ ମାସ ପୂର୍ବରୁ ରାଜ୍ୟ ସରକାରଙ୍କୁ ଏନେଇ ଅବଗତ କରିବାକୁ ପଡିବ। ୨୪.୮.୨୦୧୬ରେ ତାଙ୍କ କାର୍ଯ୍ୟାକାଳ ୩୦ ବର୍ଷ ପୁରଣ କରିଛି। ଏଥି ସହିତ ୨୮-୩-୨୦୧୩ ତାରିଖରେ ସେ ୫୦ ବର୍ଷ ଅତିକ୍ରମ କରିଛନ୍ତି। ତେଣୁ ସେ ସ୍ବେଚ୍ଛାକୃତ ଅବସର ନେଇପାରିବେ ବୋଲି ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେ ୨୯-୩-୧୯୬୩ରେ ଜନ୍ମ ଗ୍ରହଣ କରିଥିବାବେଳେ ଭାରତୀୟ ପ୍ରଶାସନିକ ସେବାରେ ୨୫-୮-୧୯୮୬ରେ ଯୋଗ ଦେଇଥିଲେ। ସେ ବର୍ତ୍ତମାନ ୨,୨୫୦୦୦ ଦରମା ପାଉଛନ୍ତି। ଏହା ପୂର୍ବରୁ ଗତ ମାର୍ଚ୍ଚ ୧୭ ତାରିଖରେ ଆଇଏଏସ ବିଜୟ ଆରୋରା ମଧ୍ୟ ସ୍ବେଚ୍ଛାକୃତ ଅବସର ନେଇଥିଲେ।

ସମ୍ବନ୍ଧିତ ଖବର