ବାରଙ୍ଗ: ଶିଶୁ ସାହିତ୍ୟ ଯେମିତି ପିଲାମାନଙ୍କ ମନଲାଖି ହୋଇ ପାରିବ ସେଥିପ୍ରତି ଯତ୍ନବାନ ହୋଇ ଶିଶୁସାହିତ୍ୟିକମାନେ ଲେଖନୀ ଚଳାଇବା ଉଚିତ ବୋଲି ରବିବାର ପୂର୍ବାହ୍ନରେ ନନ୍ଦନକାନନ ସ୍କୁଲ୍ ପରିସରରେ ଏକାମ୍ର ଶିଶୁ ସାହିତ୍ୟ ସଂସଦର ଚତୁର୍ଦ୍ଦଶ ସାରସ୍ୱତ ସମାରୋହରେ ମୁଖ୍ୟ ଅତିଥି ‘ସମ୍ବାଦ’ର ସମ୍ପାଦକ ଓ ରାଜ୍ୟସଭା ସାଂସଦ ଶ୍ରୀ ସୌମ୍ୟରଞ୍ଜନ ପଟ୍ଟନାୟକ କହିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ସମାବେଶରେ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ ବରିଷ୍ଠ ଶିଶୁସାହିତ୍ୟିକ ଦାଶ ବେନହୁର। ସମ୍ମାନିତ ଅତିଥି ଭାବେ ଆସିଥିଲେ ଡକ୍ଟର ସୁନାମଣି ରାଉତ ଓ ଖୋରଧା ଜିଲ୍ଲା ଶିକ୍ଷା ଅଧିକାରୀ ବୃନ୍ଦାବନ ଶତପଥି।
ଡକ୍ଟର ଶରତ କୁମାର ବିଶ୍ୱାଳଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ସଂସଦର ଉପଦେଷ୍ଟା ଡକ୍ଟର ଦିଗରାଜ ବ୍ରହ୍ମା ସ୍ୱାଗତ ଭାଷଣ ଦେଇଥିଲେ ଓ ସଂପାଦକ ଲକ୍ଷ୍ମୀପ୍ରସାଦ ସାହୁ ବିବରଣୀ ପାଠ କରିଥିଲେ।
ଏହି ଅବସରରେ କେତେକ ଶିଶୁସାହିତ୍ୟିକଙ୍କୁ ସମ୍ବର୍ଦ୍ଧନା ଦିଆଯିବା ସହ ୩୮ ଜଣ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି।