କ୍ୟାପିଟାଲ ହସ୍‌ପିଟାଲରୁ ଆଶୀର୍ବାଦ ବେହେରା ସ୍ଥାନାନ୍ତର, ଏସ୍‌ସିବିର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର: ଅର୍ଥତତ୍ତ୍ୱ ଚିଟ୍‌ଫଣ୍ଡ (ଏଟି) ଠକେଇ ମାମଲାରେ ଗିରଫ ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ)ର ପୂର୍ବତନ ସଂପାଦକ ଆଶୀର୍ବାଦ ବେହେରାଙ୍କୁ ଗୁରୁବାର କଟକ ବଡ଼ମେଡିକାଲରେ ଭର୍ତ୍ତି କରାଯାଇଛି। ଅସୁସ୍ଥତା ଯୋଗୁଁ ଆଶୀର୍ବାଦ ବେହରୋଙ୍କୁ ସ୍ଥାନୀୟ କ୍ୟାପିଟାଲ ହସ୍‌ପିଟାଲରେ ଭର୍ତ୍ତି କରାଯାଇଥିଲା କିନ୍ତୁ ଡାକ୍ତରଙ୍କ ପରାମର୍ଶକ୍ରମେ ତାଙ୍କୁ ଅଧିକ ଚିକିତ୍ସାର ଆବଶ୍ୟକତା ଅଛି। ତେଣୁ ଆଶୀର୍ବାଦଙ୍କୁ କ୍ୟାପିଟାଲ ହସ୍‌ପିଟାଲରୁ ସ୍ଥାନାନ୍ତର କରାଯାଇ ଏସ୍‌ସିବି ଟ୍ରମା ଓ୍ଵାର୍ଡର ସେଣ୍ଟ୍ରାଲ ଆଇସିୟୁରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରଖାଯାଇଛି।

ସୂଚନାଯୋଗ୍ୟ ବୁଧବାର ଆଶୀର୍ବାଦଙ୍କର ଜାମିନ ଆବେଦନ ପୁଣି ଥରେ ଖାରଜ ହୋଇଯାଇଥିଲା। ସେସନ୍ସ କୋର୍ଟରେ ଜିଲ୍ଲା ଦୌରା ଜଜ୍‌ ଜାମିନ ଆବେଦନକୁ ଖାରଜ କରିବା ପରେ ଆଶୀର୍ବାଦଙ୍କୁ ପୁଣି ଥରେ ନିରାଶ ହେବାକୁ ପଡିଥିଲା। ସିବିଆଇ ଭୁବନେଶ୍ୱର ଦ୍ୱାରା ଗିରଫ ହୋଇଥିବା ଆଶୀର୍ବାଦ ବେହେରା ସ୍ୱାସ୍ଥ୍ୟଗତ କାରଣ ଦର୍ଶାଇ ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଜାମିନ ଆବେଦନ କରିଥିଲେ। ମାତ୍ର କୋର୍ଟ ଏହାକୁ ଖାରଜ କରି ଦେବା ପରେ ଆଶୀର୍ବାଦଙ୍କୁ ଜେଲ ଯିବାକୁ ପଡିଥିଲା।

ସମ୍ବନ୍ଧିତ ଖବର