୩ ଜଣ ମୁଖ୍ୟମନ୍ତ୍ରୀ: ବିଜୁ, ବୀରେନ, ସଦାଶିବ

ତୃତୀୟ ବିଧାନସଭା ବିଭିନ୍ନ ଦୃଷ୍ଟିକୋଣରୁ ବେଶ୍‌ ଗୁରୁତ୍ବପୂର୍ଣ୍ଣ। ପ୍ରଥମରେ ଏକ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଅନୁଷ୍ଠିତ ହୋଇଥିଲା। ଦ୍ବିତୀୟରେ, ୫ ବର୍ଷ ମଧ୍ୟରେ ୩ ଜଣ ନେତା ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିଲେ। ତୃତୀୟରେ, ଦ୍ବୈତ ସଦସ୍ୟ ବ୍ୟବସ୍ଥାର ଉଚ୍ଛେଦ କରାଯାଇଥିଲା। ସେହିଭଳି, ନବନିର୍ମିତ ବିଧାନସଭା କକ୍ଷରେ ହିଁ ଅଧିବେଶନ ବସିଥିଲା।

‌େଗାଟିଏ ବିଧାନସଭାର ଆୟୁଷ ୫ ବର୍ଷ ହିସାବକୁ ନେଲେ ୧୯୬୧ ମସିହା ଫେବ୍ରୁଆରି ମାସରେ ନିର୍ବାଚନ ହେବା କଥା। ଆହୁରି ମଧ୍ୟ ଆଶା କରାଯାଉଥିଲା ଯେ, ଏଥିପାଇଁ ଜୁନ୍‌ ୨୩ ପର୍ଯ୍ୟନ୍ତ ଳାଗୁ କରାଯାଇଥିବା ରାଷ୍ଟ୍ରପତି ନିର୍ବାଚନ ପ୍ରତ୍ୟାହାର କରିନିଆଯିବ। ମାତ୍ର, ୧୯୬୧ ମସିହା ମାର୍ଚ୍ଚ ୨୭ ତାରିଖ ଦିନ ଲୋକସଭାରେ ତତ୍‌କାଳୀନ କେନ୍ଦ୍ର ସ୍ବରାଷ୍ଟ୍ରମନ୍ତ୍ରୀ ଓଡ଼ିଶାରେ ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ସମ୍ପର୍କରେ ଘୋଷଣା କରିଥିଲେ। ଆହୁରି ମଧ୍ୟ ଘୋଷଣା କରାଗଲା ଯେ, ଜୁନ୍‌ ୨ରୁ ୮ ତାରିଖ ମଧ୍ୟରେ ନିର୍ବାଚନ ହେବ। ଏହାପୂର୍ବରୁ ମାର୍ଚ୍ଚ ୧୦ ତାରିଖ ଦିନ ଦ୍ବୈତ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳୀ ଆଇନ୍‌, ୧୯୬୧କୁ ଉଚ୍ଛେଦ କରାଯାଇଥିଲା। ଫଳରେ, ମୁଖ୍ୟ ନିର୍ବାଚନ କମିଶନର ଏକକ ସଦସ୍ୟ ବିଶିଷ୍ଟ ନିର୍ବାଚନମଣ୍ଡଳ‌ୀରେ ନିର୍ବାଚନ ସମ୍ପର୍କରେ ବିଭିନ୍ନ ରାଜନୈତିକ ଦଳ ଗୁଡ଼ିକର ମତାମତ ଲୋଡ଼ିଥିଲେ। ନିଷ୍ପତ୍ତି ଅନୁଯାୟୀ ପୂର୍ବଭଳି ଆସନ ସଂଖ୍ୟା ୧୪୦ ରଖାଯାଇଥିବାବେଳେ ଅନୁସୂଚିତ ଜାତି ଓ ଜନଜାତି ବର୍ଗ ପାଇଁ ୫୪ଟି ସଂରକ୍ଷିତ ରଖାଯାଇଥିଲା।

ନିର୍ବାଚନ ଫଳାଫଳ ଅନୁଯାୟୀ, ବୃହତ୍‌ ଦଳର ନେତା ଭାବେ ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ଗୁରୁତ୍ବପୂର୍ଣ୍ଣ ବିଷୟ ହେଉଛି, ବିଜୁ ପଟ୍ଟନାୟକ ବେଶିଦିନ ପର୍ଯ୍ୟନ୍ତ ଏହି ପଦରେ ରହି ପାରିଲେନି। ତାଙ୍କ ପରେ ୧୯୬୩ ମସିହା ଅକ୍ଟୋବର ୨ ତାରିଖରେ ବୀରେନ ମିତ୍ର ଏବଂ ୧୯୬୫ ମସିହା ଫେବ୍ରୁଆରି ୨୧ ତାରିଖରେ ସଦାଶିବ ତ୍ରିପାଠୀ ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ବ ଗ୍ରହଣ କରିଥିଲେ। ପୂର୍ବଭଳି ରାଜେନ୍ଦ୍ର ନାରାୟଣ ସିଂହଦେଓ ବିରୋଧୀ ଦଳ ନେତା ଆସନରେ ବସିଥିଲେ।

ନିର୍ବାଚନ ଫଳାଫଳ ଏହିଭଳି:

ନିର୍ବାଚନ ଫଳାଫଳ (୧୯୬୧)
ଦଳ                          ଆସନ     ଭୋଟହାର
କଂଗ୍ରେସ                     ୮୨        ୪୪%
ପ୍ରଜା ସୋସିଆଲିଷ୍ଟ ପାର୍ଟି   ୧୦        ୧୧%
କମ୍ୟୁନିଷ୍ଟ                    ୦୪        ୦୮%
ଗଣତନ୍ତ୍ର ପରିଷଦ           ୩୭        ୨୨%
ସ୍ବାଧୀନ ଓ ଅନ୍ୟାନ୍ୟ        ୦୭        ୧୫%
ସମୁଦାୟ                  ୧୪୦        ୧୦୦%

ତୃତୀୟ ବିଧାନସଭାରେ ୧୦ଟି ଅଧିବେଶନ ବସିଥିଲା ଏବଂ ଏହାର କାର୍ଯ୍ୟକାଳ ଥିଲା ୩୨୬ ଦିନ। ୧୯୬୭ ମସିହା ମାର୍ଚ୍ଚ ୧ ତାରିଖ ଦିନ ବିଧାନସଭା ଭଙ୍ଗ ହୋଇଥିଲା।

ଉଲ୍ଲେଖନୀୟ, ବିଧାନସଭାର ନବନିର୍ବାଚିତ ଗୃହରେ ଅଧିବେଶନ ବସିଥିଲା। ୧୯୬୧ ମସିହାରେ ଫେବ୍ରୁଆରି ୧୨ ତାରିଖ ବେଳକୁ ଏହାର ନିର୍ମାଣ କାର୍ଯ୍ୟ ଶେଷ ହୋଇଥିଲା। ୪୭,୦୦୦ ବର୍ଗଫୁଟ ପରିମିତ ଜାଗାରେ ଉପରେ ନିର୍ମିିତ ଏହି ବିଧାନସଭା ଗୃହ ପାଇଁ ସେତେବେଳେ ସମୁଦାୟ ୨୫ ଲକ୍ଷ ଟଙ୍କ‌ା ଖର୍ଚ୍ଚ ହୋଇଥିଲା।

ସେହିଭଳି, ଲିଙ୍ଗରାଜ ପାଣିଗ୍ରାହୀ ବାଚସ୍ପତି ଓ ଲୋକନାଥ ମିଶ୍ର ଉପବାଚସ୍ପତି ଭାବେ ନିର୍ବାଚିତ ହୋଇଥି‌େଲ।

ସମ୍ବନ୍ଧିତ ଖବର