ପାବନକ୍ଷେତ୍ର ଏଡତାଳରେ ଜଗନ୍ନାଥ ମହୋତ୍ସବ

ସମସ୍ତଙ୍କୁ ପ୍ରେମ, ସମ୍ମାନ ଓ ସ୍ବୀକାର କଲେ ଶ୍ରୀଜଗନ୍ନାଥଙ୍କ ଦର୍ଶନ ମିଳିବ: ରାଜ୍ୟପାଳ

ବାସୁଦେବପୁର: ସମସ୍ତଙ୍କୁ ପ୍ରେମ, ସମ୍ମାନ ଓ ସ୍ବୀକାର କର। ଏପରି କଲେ ତୁମେ ଭଗବାନଙ୍କ ନିକଟର ହୋଇପାରିବ। ଶ୍ରୀଜଗନ୍ନାଥଙ୍କ ସାକ୍ଷାତ ଦର୍ଶନ ମିଳିପାରିବ। ସୃଷ୍ଟିକର୍ତ୍ତା ଓ ଭକ୍ତ ମଧ୍ୟରେ ଭାବ ବେଶ୍‌ ନିବିଡ଼। ପ୍ରଭୁ ଜଗନ୍ନାଥ ସାରା ବିଶ୍ବର ଦେବତା। ତାଙ୍କୁ ନେଇ ଆମର ପରିଚୟ ବୋଲି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ୍ ଏଡତାଳ ପାବନ କ୍ଷେତ୍ରରେ ଆୟୋଜିତ ଶ୍ରୀ ଜଗନ୍ନାଥ ମହୋତ୍ସବରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଡ. ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ରଖିଛନ୍ତି।

ମନ୍ଦିର ପରିଚାଳନା କମିଟି ସଭାପତି ପଣ୍ତିତ ଦୟାନିଧି ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମୁଖ୍ୟଅତିଥି ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ସହ ଅତିଥି ଭାବେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଯୋଗ ଦେଇ ଶ୍ରୀଜଗନ୍ନାଥଙ୍କୁ ଛାଡ଼ି ଓଡ଼ିଶାବାସୀଙ୍କ କୌଣସି ପରିଚୟ ନାହିଁ। ଏଡ଼ତାଳ ପାବନ କ୍ଷେତ୍ରର ଉନ୍ନତି ପାଇଁ ସରକାର ସଦା ତତ୍ପର ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ତଳ, ପଣ୍ତିତ ସଂଗ୍ରାମ ଆଚାର୍ଯ୍ୟ, ପୂର୍ବତନ ଧାମନଗର ବିଧାୟକ ମୁକ୍ତିକାନ୍ତ ମଣ୍ତଳ ଯୋଗ ଦେଇ ପ୍ରଭୁ ଜଗନ୍ନାଥଙ୍କ ଦର୍ଶନ ଓ ମହିମା ବିଷୟରେ ବକ୍ତବ୍ୟ ରଖିଥିଲେ।

ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାପାଳ ତ୍ରିଲୋଚନ ମାଝୀ, ଆରକ୍ଷୀ ଅଧୀକ୍ଷକ ଚରଣ ସିଂ ମୀନା, ବିଡିଓ ସତ୍ୟଜିତ ରାଉତ, ଅତିରିକ୍ତ ତହସିଲଦାର ତାପସ କୁମାର ସାମଲ, କମିଟିର ବରିଷ୍ଠ କର୍ମକର୍ତ୍ତା ଦେବଦର୍ଶନ ଦାଶ, ପର୍ଶୁରାମ ମହାରଣା, ଡ. ସରୋଜ ପଲାଇ, ଗୋପାଳ ପଲାଇ, ଅମରେନ୍ଦ୍ର ପଲାଇ ଉପସ୍ଥିତ ଥିଲେ।

ଏହି ଅବସରରେ ମହାମହିମ ରାଜ୍ୟପାଳ ଏବଂ ମନ୍ତ୍ରୀ ଶ୍ରୀ ପାଣିଗ୍ରାହୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ମହାମହିମ ରାଜ୍ୟପାଳ ଭଦ୍ରକ ପ୍ରଜାପିତା ବ୍ରହ୍ମାକୁମାରୀ ଆଶ୍ରମର ମୁଖ୍ୟ ମଞ୍ଜୁ ଅପା ଓ ପଣ୍ତିତ ଶ୍ରୀ ଦାଶଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ମନ୍ଦିର ପରିଚାଳନା କମିଟିର ସଦସ୍ୟଙ୍କ ସହ ଜିଲ୍ଲା ପୁଲିସ ବାହିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର