ବାଇକ୍‌ ଧକ୍କାରେ ବୃଦ୍ଧ ମୃ୍ତ

ପାଟଣା: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଅନ୍ତର୍ଗତ ଭୀମାପଡ଼ା ନିକଟରେ ଆଜି ସନ୍ଧ୍ୟାରେ ବାଇକ୍‌ ଧକ୍କାରେ ଅଙ୍କୁରା ଗ୍ରାମର ଆନନ୍ଦ କାରୁଆ (୬୬)ଙ୍କ ମୃତ୍ୟୁ ଘଟିଛି। ଆନନ୍ଦ ହାଟରୁ ଘରକୁ ଫେରୁଥିବା ବେଳେ କେନ୍ଦୁଝର ପଟୁ ଆସୁଥିବା ଏକ ବାଇକ୍‌ ତାଙ୍କୁ ପଛରୁ ଧକ୍କା ଦେଇଥିଲା।

ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ପାଟଣା ପରେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଛି।

ସମ୍ବନ୍ଧିତ ଖବର