ପଞ୍ଚାୟତ ନିର୍ବାହୀ ଅଧିକାରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣା : ଆଜି ଧର୍ମଶାଳା ଯିବେ ବିଜେପି ପ୍ରତିନିଧି

ଭୁବନେଶ୍ବର : ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକ୍‌ ହରିଦାସପୁର ପଞ୍ଚାୟତ ନିର୍ବାହୀ ଅଧିକାରୀ ସ୍ମିତାରାଣୀ ବିଶ୍ବାଳଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି। ଏହି ଘଟଣାର ସରଜମିନ୍ ତଦନ୍ତ କରିବା ପାଇଁ ଆସନ୍ତାକାଲି ରାଜ୍ୟ ବିଜେପିର ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ହରିଦାସପୁର ପଞ୍ଚାୟତ ଗସ୍ତ କରିବେ। ଏହି ପ୍ରତିନିଧି ଦଳରେ ପୂର୍ବତନ ଡିଜି ତଥା ବରିଷ୍ଠ ‌ବିଜେପି ନେତା ପ୍ରକାଶ ମିଶ୍ର, ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ପୂର୍ବତନ ମନ୍ତ୍ରୀ ସୁରମା ପାଢ଼ୀ, ସୁକେଶୀ ଓରାମ, ଲେଖାଶ୍ରୀ ସାମନ୍ତସିଂହାର, ପ୍ରଭାତି ପରିଡ଼ା, ଅମର ନାୟକ, ଅମୀୟ ମଲ୍ଲିକ, ଗୌତମ ରାୟ ଓ ବବିତା ମଲ୍ଲିକ ପ୍ରମୁଖ ସାମିଲ ହେବେ। ଗସ୍ତ ପୂର୍ବରୁ ଦଳ ପକ୍ଷରୁ ପ୍ରଶ୍ନ କରାଯାଇଛି, ଜଣେ ସରକାରୀ କର୍ମଚାରୀଙ୍କ ମୃତଦେହ ସରପଞ୍ଚଙ୍କ ସ୍ବାମୀଙ୍କ ଅତିଥି ଭବନରୁ ବାହାରିବା ଆଶ୍ଚର୍ଯ୍ୟଜନକ। କାହିଁକି ସ୍ମିତାରାଣୀ ଅତିଥି ଭବନ ଯାଇଥିଲେ ? ତାଙ୍କୁ ଅତିଥି ଭବନ ଯିବା ପାଇଁ ସରପଞ୍ଚଙ୍କ ସ୍ବାମୀ ବାଧ୍ୟ କରିଥିଲେ କି ? ତାଙ୍କୁ ହତ୍ୟା କରାଯାଇ ଆତ୍ମହତ୍ୟାର ରୂପ ଦିଆଯାଉଛି କି ? ଅତିଥି ଭବନ‌ ଯିବା ସମୟରେ ସେ କିଛି ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ହୋଇଥିଲେ କି ?

ସମ୍ବନ୍ଧିତ ଖବର