କାଳବୈଶାଖୀରେ ଘର ଭାଙ୍ଗିଥିବା ଗାଁକୁ ଯାଇ ଲୋକଙ୍କୁ ଭେଟିଲେ ବିଧାୟକ ପ୍ରାର୍ଥୀ

ମାଲକାନଗିରି: ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଲକ୍ଷ୍ମୀପ୍ରିୟା ନାୟକ ନିଜର ପ୍ରଚାର କାର୍ଯ୍ୟ ଜୋରସୋରରେ କରୁଥିଲେ ମଧ୍ୟ ଆଜି ମାନବିକତା ଦେଖାଇଛନ୍ତି। ମାଥିଲି ବ୍ଲକର କୁଟନିପାଲି ଗ୍ରାମରେ ବହୁ ଘର ଭାଙ୍ଗିବା ସହ ବହୁ ଲୋକ ବେଘର ହୋଇଯାଇଥିବା ଜାଣିବା ପରେ ପ୍ରଚାର କାର୍ଯ୍ୟକୁ ଅଧାରେ ରଖି କୁଟନିପାଲି ଗ୍ରାମରେ ପହଞ୍ଚିଥିଲେ। ଘର ଭାଙ୍ଗିଯାଇଥିବା ଲୋକଙ୍କ ସହ ସାକ୍ଷାତ କରିବା ସହ ପ୍ରଶାସନକୁ ଏନେଇ ଅବଗତ କରାଇଥିଲେ। ଦୁଃଖ ସମୟରେ ଲୋକଙ୍କ ପାଖରେ ଲକ୍ଷ୍ମୀପ୍ରିୟା ଛିଡ଼ା ହୋଇଥିବାରୁ ଲୋକେ ପ୍ରଶଂସା କରିଥିଲେ।

ଗୋଟିଏ ପଟେ ବାପାଙ୍କର ଦେହାନ୍ତର ଦୁଃଖ ମନରୁ ଲିଭିନଥିବା ବେଳେ ଅନ୍ୟପଟେ ଲୋକଙ୍କର ଦୁଃଖରେ ଦୁଃଖୀ ହୋଇ ସେମାନଙ୍କୁ ସମବେଦନା ଜଣାଇବାକୁ ଯିବା ଏଭଳି ଜଣେ ଲୋକସେବକକୁ ଆଗାମୀ ଦିନରେ ବିଜୟୀ କରାଇବାକୁ ଲୋକେ ଆଲୋଚନା କରୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ସେବାରେ ନିଜକୁ ପୂର୍ବରୁ ମଧ୍ୟ ନିୟୋଜିତ କରିଥିଲେ ଏବଂ ଆଗକୁ ମଧ୍ୟ କରିବେ ବୋଲି ଲକ୍ଷ୍ମୀପ୍ରିୟା କହିଥିଲେ। ନିର୍ବାଚନକୁ ଆଉ ମାତ୍ର ହାତଗଣତି ଦିନ ରହିଥିଲେ ମଧ୍ୟ ଲକ୍ଷ୍ମୀଙ୍କର ଏଭଳି ମହାନତା ତାଂକୁ ଆଗକୁ ବଢିବାରେ ନିଶ୍ଚିତ ସହଯୋଗ କରିବ ବୋଲି ସାଧାରଣରେ ଆଲୋଚନା ହେଉଥିଲା।

ସମ୍ବନ୍ଧିତ ଖବର