ସୁପ୍ରିମ୍‌ କୋର୍ଟରେ ନକ୍‌ସା ଚିରିବା ମାମଲା: ରାଜୀବ ଧୱନଙ୍କ ବିରୋଧରେ ଅଭିଯୋଗ ଦାଖଲ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟରେ ଗତକାଲି ଅଯୋଧ୍ୟା ଜମି ବିବାଦର ଶୁଣାଣି ଚାଲିଥିବା ବେଳେ ହିନ୍ଦୁ ମହାସଭା ପକ୍ଷରୁ ଉପସ୍ଥାପନ କରାଯାଇଥିବା ଏକ ନକ୍‌ସାକୁ ମୁସ୍‌ଲିମ ପକ୍ଷର ଓକିଲ ରାଜୀବ ଧୱନ ଚିରି ଦେଇଥିବାରୁ ଏହାକୁ ଜୋର୍‌ଦାର ବିରୋଧ କରିଛି ହିନ୍ଦୁ ମହାସଭା। ଧୱନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରି ମହାସଭା ପକ୍ଷରୁ ଆଜି ଭାରତୀୟ ବାର୍‌ କାଉନ୍‌ସିଲରେ ଅଭିଯୋଗପତ୍ର ଦାଖଲ କରାଯାଇଛି। ଧୱନ କୋର୍ଟ, ସମ୍ବିଧାନ ଏବଂ ବିଚାରପତିଙ୍କୁ ଅପମାନିତ କରିଥିବାରୁ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଜରୁରୀ ବୋଲି ରାମ ଜନ୍ମଭୂମି ନ୍ୟାସର ମହନ୍ତ ରାମବିଳାସ ବେଦାନ୍ତି କହିଛନ୍ତି।

ସମ୍ବନ୍ଧିତ ଖବର