୫୦ ବର୍ଷରେ ପହଞ୍ଚିଲା ବୁଢ଼ୀମା ଠାକୁରାଣୀଙ୍କ ପୂଜା

ସମ୍ବଲପୁର: ମଙ୍ଗଳବାର ଠେଲକୋପଡ଼ା ବୁଢ଼ୀମା ମନ୍ଦିରରେ ବୁଢ଼ୀମା ଠାକୁରାଣୀଙ୍କ ପୂଜା ୫୦ ବର୍ଷରେ ପହଂଚିଛି। ପୂର୍ବତନ ବିଧାୟିକା ଡାକ୍ତର ରାସେଶ୍ୱରୀ ପାଣିଗ୍ରାହୀ ଯୋଗଦେଇ ବୁଢୀମା ଠାକୁରାଣୀଙ୍କ ଆରତୀ କରିଥିଲେ। ଏହି ପୂଜା ଉତ୍ସବରେ ପୂର୍ବତନ ବିଧାୟିକା ଡାକ୍ତର ପାଣିଗ୍ରାହୀଙ୍କ ସହିତ ହରଦୀପ ସିଂ ଭୂର୍ଜି (ବବି ସିଂ), ମାୟାଧର ଜେନା, ପ୍ରଶାନ୍ତ ନାୟକ, ହରିହର ପାଣି, ନବୀନ ପଣ୍ଡା, ସୋନୁ ସିଂ, ହରେକୃଷ୍ଣ ସରାଫ, ମହିଳା ନେତ୍ରୀ ସୁରେଖା ସାହୁ, ମମତା ପଣ୍ଡା ପ୍ରମୁଖ ଆଦି କାର୍ଯ୍ୟକର୍ତା ଉପସ୍ଥିତ ହେଇ ପଡ଼ାବାସୀଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ଶତ୍ରୁଘ୍ନ ତାଣ୍ଡିଆ, ଲବ କଲେତ, ଯୁବରାଜ ବେହେରା, ଅଜୁ ତାଣ୍ଡିଆ, ବିଜୁ ତାଣ୍ଡିଆ, ଅମିତ ଗଣ୍ଡ, ସୁଧାଂଶୁ ନାୟକ, ପ୍ରଦୀପ ତାଣ୍ଡିଆ, ଅଜିତ ଜାଲ, କୁଶଳ ସୁନା, ଛୁନୁ ଜାଲ ପ୍ରମୁଖଙ୍କ ପୂଜା ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର