ଦେଓଗାଁ: ଧାନ ଫସଲରେ ଚକଡ଼ା ପୋକ

କୃଷି କର୍ମଚାରୀଙ୍କ ଦେଖା ନାହିଁ, ଚିନ୍ତାରେ ଚାଷୀ

ଦେଓଗାଁ: ଦେଓଗାଁ ବ୍ଲକ୍‌ ଅଞ୍ଚଳରେ ଧାନ ଫସଲ ଏବେ ଅମଳକ୍ଷମ। ଭଲ ପସଲ ଅମଳ ହେବ ବୋଲି ଆଶା କରି ଚାଷୀମାନେ ଉତ୍ସାହିତ ଅଛନ୍ତି। ଏଭଳି ସମୟରେ ଚକଡ଼ା ପୋକ ଲାଗି ଫସଲ ନଷ୍ଟ ହେଉଛି। ଚାଷୀମାନେ କଣ କରିବେ ଭାବି ପାରୁ ନଥିବା ବେଳେ କୃଷି ବିଭାଗ କର୍ମଚାରୀଙ୍କ ଦେଖା ମିଳୁ ନାହିଁ ବୋଲି ପ୍ରକାଶ କରିଛନ୍ତି।

ସୂଚନା ଅନୁସାରେ, ଦେଓଗାଁ ବ୍ଲକ୍‌ର ଦେଷଣ୍ଢ, ସିଂହାମୁଣ୍ଡା, ବନ୍ଧପଡ଼ା, ଗୌଡ଼ଗୋଠ, ଦେଓଗାଁ, କୁତୁର୍ଲା, ଜରାସିଂହା ପଞ୍ଚାୟତ ଅଧୀନରେ ଥିବା  ବିଭିନ୍ନ ଗାଁର ଚାଷଜମିରେ ଏବେ ଚକଡ଼ା ପୋକ ଲାଗିଥିବା ଜଣାପଡ଼ିଛି। ଏହାର ପ୍ରତିକାର ପାଇଁ କୃଷି ବିଭାଗ କର୍ମଚାରୀମାନଙ୍କ ଦେଖା ମିଳୁ ନଥିବାରୁ ଚାଷୀମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏକର ଏକର ଚାଷଜମିକୁ ଫସଲ ଚକଡ଼ା ପୋକ ଲାଗି ନଷ୍ଟ ହେଉଛି ବୋଲି ଚା‌ଷୀମାନେ ଅଭିଯୋଗ କରିଛନ୍ତି।

ବ୍ଲକ୍‌ ଅତିରିକ୍ତ କୃଷି ଅଧିକାରୀ କିଂବା ଗ୍ରାମ୍ୟ କୃଷିକର୍ମୀଙ୍କୁ ଯୋଗ‌ାଯୋଗ କଲେ ବି କିଛି ଫଳ ମିଳୁ ନାହିଁ। ଚକଡ଼ା ପୋକ ନିୟନ୍ତ୍ରଣ ପାଇଁ ଏବେଠୁ ବ୍ୟବସ୍ଥା ନକଲେ ଧାନ ଉତ୍ପାଦନ ଶୂନ ହୋଇଯିବ ବୋଲି ଚାଷୀମାନେ ଆଶଙ୍କା ପ୍ରକାଶ କରିଛନ୍ତି। ଏନେଇ ଜିଲ୍ଲା ଅତିରିକ୍ତ କୃଷି ଅଧିକାରୀଙ୍କୁ ପଚରାଯିବାରୁ କେମିତି ଫସଲ ବଞ୍ଚିବ ସେଦିଗରେ ଚାଷୀମାନଙ୍କୁ ପରାମର୍ଶ ଦିଆଯାଉଛି ବୋଲି ସେ କହିଥିଲେ। ବହୁ କଷ୍ଟରେ ବଞ୍ଚାଇଥିବା ଧାନ ଫସଲରେ ଚକଡ଼ା ପୋକ ଲାଗିବା ଆରମ୍ଭ ହୋଇଥିବାରୁ ଚାଷୀଙ୍କ ମୁଣ୍ଡରେ ଚଡ଼କ ପଡ଼ିଛି। ତେଣୁ ଜିଲ୍ଲାପାଳ ବ୍ଲକ୍‌ କୃଷି ଅଧିକାରୀଙ୍କୁ ଚାଷୀଙ୍କ ଚାଷୀଙ୍କ ଫସଲ କିଆରି ପ୍ରଦର୍ଶନ କରିବାକୁ ପରାମର୍ଶ ଦେବା ସହ ଠିକ ଔଷଧ ଯୋଗାଇ ଦେବାକୁ ଚାଷୀ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର