ଗୋଳାବାରୁଦ କାରଖାନାର ପ୍ରତିଷ୍ଠା ଦିବସ

ସଇନ୍ତଳା: ବଲାଙ୍ଗୀର ଜିଲ୍ଲା ସଇନ୍ତଳା ଥାନା ଅନ୍ତର୍ଗତ ବଡ଼ମାଳ ଗୋଳାବାରୁଦ କାରଖାନାର ୩୯ ତମ ପ୍ରତିଷ୍ଠା ଦିବସ ଶନିବାର ପାଳିତ ହୋଇଛି। ୧୯୮୪ ମସିହା ଅକ୍ଟୋବର ୨୯ ତାରିଖ ଦିନ ତତ୍କାଳୀନ ପ୍ରଧାନମନ୍ତ୍ରୀ ସ୍ବର୍ଗୀୟା ଇନ୍ଦିରା ଗାନ୍ଧି ବଡ଼ମାଳଠାରେ ପ୍ରତିରକ୍ଷା ବିଭାଗ ତରଫରୁ ଗୋଳାବାରୁଦ କାରଖାନା ସ୍ଥାପନ ପାଇଁ ଶିଳାନ୍ୟାସ କରିଥିଲେ।

ଶିଳାନ୍ୟାସ ସ୍ଥାନରେ ବର୍ତମାନ ଇନ୍ଦିରା ପାର୍କ ନିର୍ମାଣ କରାଯାଇଛି। ଏହି ଅବସରରେ କାରଖାନାର ମହାପ୍ରବନ୍ଧକ ପ୍ରଦୀପ ଦାସ ପାର୍କସ୍ଥିତ ଇନ୍ଦିରା ଗାନ୍ଧିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ। କାରଖାନାର ବହୁ ବରିଷ୍ଠ ଅଧିକାରୀ, ଶ୍ରମିକ ସଂଗଠନ କର୍ମକର୍ତ୍ତା ଓ କାର୍ଯ୍ୟ ସମିତିର ସଦସ୍ୟମାନେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର