ଆକାଶେ କି ରଙ୍ଗ ଲାଗିଲା! ବୁଲବୁଲ ପରର ଦୃଶ୍ୟ ଦେଖି କେହି ଆନନ୍ଦିତ ତ କେହି ଭୟଭୀତ

ଭୁବନେଶ୍ୱର: ସାମୁଦ୍ରିକ ଝଡ଼ ଭୁଲବୁଲ ଓଡ଼ିଶା ଛାଡ଼ି ପଶ୍ଚିମବଙ୍ଗ ମୁଁହାଇବା ପରେ ଶନିବାର ସନ୍ଧ୍ୟାରେ ରଙ୍ଗମୟ ହୋଇ ଯାଇଥିଲା ଓଡ଼ିଶା ଆକାଶ।
ସେହି ସମୟର ସୁନ୍ଦର ଦୃଶ୍ୟକୁ ଅନେକ ପ୍ରକୃତିପ୍ରେମୀ ନିଜ କ୍ୟାମେରାରେ କଏଦ କରି ସୋସିଆଲ ମିଡିଆରେ ଫଟୋ ଛାଡିବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ଏବେ ଦେଖିବାକୁ ମିଳିଛି ବୁଲବୁଲ ପରର ରଙ୍ଗୀନ ଫଟୋସବୁ। ବୁଲବୁଲ ପରେ ଆକାଶରେ ଗୋଲାପୀ ରଙ୍ଗର ଅବିର ବୁଣି ହବା ପରି ଦୃଶ୍ୟ ଦେଖିବାକୁ ମିଳିଛି। କଟକ, ଭୁବନେଶ୍ୱର, ପୁରୀ, ବାଲେଶ୍ୱର ଆଦି ସମସ୍ତ ଅଞ୍ଚଳର ଫେସବୁକ ବ୍ୟବହାରକାରୀମାନେ ନିଜ ନିଜର ଆକାଉଣ୍ଟରେ ଏହି ରଙ୍ଗୀନ ଫଟୋ ଦେଇଥିବାର ଦେଖିବାକୁ ମିଳିଛି।

ଜଗନ୍ନାଥଧାମ ପୁରୀ ଆକାଶରେ ଗୋଲାପୀ ସହ ଗାଢ଼ ବାଇଗଣୀ ରଙ୍ଗର ଦୃଶ୍ୟ ଭକ୍ତଙ୍କ ମନ ମୋହିଛି। ଜଗନ୍ନାଥ ମନ୍ଦିର ଉପରର ଏହି ମନଲୋଭା ଦୃଶ୍ୟକୁ ଅନେକ ଶ୍ରଦ୍ଧାଳୁ ଭିଡିଓ କରି ସୋସିଆଲ ମିଡିଆରେ ଛାଡ଼ିବାରେ ଲାଗିଛନ୍ତି। ସାନ୍ଧ୍ୟ କାଳର ଏହି ମନଲୋଭା ଦୃଶ୍ୟ ଅନେକଙ୍କୁ ଆନନ୍ଦିତ କରିଥିବା ବେଳେ ଅନେକଙ୍କ ମନରେ ଭୟ ସୃଷ୍ଟି କରାଇଛି। ପୂର୍ବରୁ କେବେ ଦୃଶ୍ୟମାନ ହୋଇନଥିବା ଏହି ଦୃଶ୍ୟ ପ୍ରକୃତି ସମ୍ପର୍କରେ କେଉଁ ସୂଚନା ଦେଉଛି ବୋଲି ଲୋକଙ୍କ ମନରେ ଆନ୍ଦୋଳନ ଦେଖା ଦେଇଛି।

ସମ୍ବନ୍ଧିତ ଖବର