କଂଗ୍ରେସ ପାଳନ କଲା ନେହରୁଙ୍କ ଶ୍ରାଦ୍ଧ ଦିବସ

ଭୁବନେଶ୍ବର : ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଭାରତରତ୍ନ ପଣ୍ଡିତ ଜବାହରଲାଲ ନେହରୁଙ୍କର ଶ୍ରାଦ୍ଧ ଦିବସ ଆଜି ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ସକାଳେ ପ୍ରଦେଶ କଂଗ୍ରେସ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ନେତୃତ୍ୱରେ କଂଗ୍ରେସ ନେତାଗଣ ମାଷ୍ଟରକ୍ୟାଣ୍ଟିନ ଛକ ନିକଟ ନେହରୁ ପାର୍କରେ ପଣ୍ଡିତ ନେହରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ପରେ କଂଗ୍ରେସ ଭବନ ପରିସରରେ ଶ୍ରୀ ପଟ୍ଟନାୟକଙ୍କ ସମେତ କଂଗ୍ରେସ ନେତୃବୃନ୍ଦ ନେହେରୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ କଂଗ୍ରେସ ନେତୃବୃନ୍ଦ ସର୍ବଶ୍ରୀ ସୁରେଶ କୁମାର ରାଉତରାୟ, ଶିବାନନ୍ଦ ରାୟ, ଗୁରୁପଦ ନନ୍ଦ, ସମୀର କୁମାର ରାଉତରାୟ, ବିଜୟଲକ୍ଷ୍ମୀ ସାହୁ, ମନୋରଞ୍ଜନ ଦାଶ, ବଟକୃଷ୍ଣ ତ୍ରିପାଠୀ, ଯଜ୍ଞେଶ୍ୱର ବାବୁ, ଚିନ୍ମୟ ସୁନ୍ଦର ଦାସ, ପଦ୍ମାକର ଗୁରୁ, ବିକ୍ରମ ସାହୁ, ମନୋରଞ୍ଜନ ରାଉତରାୟ, ବୀଣାପାଣି ସାମଲ, ଲିଙ୍ଗରାଜ ସାହୁ, ସ୍ୱାଧୀନବାଳା ଦାସ, ବିସ୍ମୟ ମହାପାତ୍ର, ପ୍ରକାଶ ମିଶ୍ର, ନିହାର ବଳ, କୈଳାସ ସାହୁ, ଜୟକୃଷ୍ଣ ମଲିଆ, ସଂଜୟ ମିଶ୍ର, ନରେନ୍ଦ୍ର କୁମାର ସେଠୀ, ସୁଶାନ୍ତ ତ୍ରିପାଠୀ, ରଜନୀ ମହାନ୍ତି, ପ୍ରକାଶ ମହାନ୍ତି ପ୍ରମୁଖ ବହୁ କଂଗ୍ରେସ ନେତା ଓ କର୍ମୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର