ଆବାସ ‌ଯୋଜନାରେ ହିତାଧିକାରୀ ଚୟନରେ ଅନିୟମିତତା: ବ୍ଲକ୍ କାର୍ଯ୍ୟାଳୟ ଘେରିବ କଂଗ୍ରେସ

ଭୁବନେଶ୍ବର : ଦଳୀୟ ଭିତ୍ତିରେ ଆବାସ ଯୋଜନାରେ ହିତାଧିକାରୀ ଚୟନ କରାଯାଉଛି। ରାଜ୍ୟ ସରକାର ଏଥିରୁ ନିବୃତ୍ତ ରହିବା ସହିତ ପ୍ରକୃତ ବାସହୀନଙ୍କୁ କିଭଳି ଘର ମିଳିବ ତାହାକୁ ଧ୍ୟାନ ଦିଅନ୍ତୁ। ହିତାଧିକାରୀ ଚୟନ କ୍ଷେତ୍ରରେ ଜାଲ ହିତାଧିକାରୀଙ୍କୁ ତାଲିକାରେ ଅନ୍ତର୍ଭୁକ୍ତ କରିବା ରାଜ୍ୟ ସରକାର ଓ ବିଜୁ ଜନତା ଦଳ ପାଇଁ ବହୁ ମହଙ୍ଗା ପଡ଼ିବ ବୋଲି କହିଛନ୍ତି ପ୍ରଦେଶ କଂଗ୍ରେସର ସଭାପତି ଶରତ ପଟ୍ଟନାୟକ।

ଏକ ପ୍ରେସ ବିବୃତିରେ ସେ କହିଛନ୍ତି ଯେ ଯଦି ଆସନ୍ତା ୭ ଦିନ ଭିତରେ ସଂପୂର୍ଣ୍ଣ ଠିକ୍ ତାଲିକା ପ୍ରସ୍ତୁତ କରା ନ ଯାଏ ତାହାଲେ ରାଜ୍ୟ କଂଗ୍ରେସ ରାଜ୍ୟରେ ପ୍ରତ୍ୟେକ ବ୍ଲକ କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିବ। ଗରିବ ହିତାଧିକାରୀଙ୍କ ସ୍ୱାର୍ଥ ପାଇଁ କଂଗ୍ରେସ ଦଳ ପ୍ରତ୍ୟେକ ସ୍ତରକୁ ଓହ୍ଲାଇବା ପାଇଁ ପ୍ରସ୍ତୁତ ଅଛି। ଦଳୀୟ ଭିତ୍ତିରେ ଘର ବାଣ୍ଟିବା ରାଜନୀତି ସଂପୂର୍ଣ୍ଣଭାବେ ଜନସ୍ୱାର୍ଥ ବିରୋଧୀ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି।

ସମ୍ବନ୍ଧିତ ଖବର