ବାଣୀବିହାର ପ୍ଲାଟିନମ୍‌ ଜୟନ୍ତୀ ପାଇଁ କୋର୍‌ କମିଟି ଗଠିତ

ଭୁବନେଶ୍ୱର : ଉତ୍କଳ ବିଶ୍ୱବିଦ୍ୟାଳୟର ପ୍ଲାଟିନମ୍‌ ଜୟନ୍ତୀ ପାଳନ ନେଇ ପ୍ରସ୍ତୁତି ଜୋରଦାର ହୋଇଛି। ଆସନ୍ତା ନଭେମ୍ବର ମାସରେ ଅନୁଷ୍ଠିତ ହେବାକୁ ଥିବା ଉତ୍ସବକୁ କିଭଳି ସଫଳ କରାଯିବ ସେଥିପାଇଁ ୧୮ ଜଣ ପ୍ରଫେସରଙ୍କୁ ନେଇ ଏକ କୋର୍‌ କମିଟି ଗଠିତ ହୋଇଛି। ବିଶ୍ୱବିଦ୍ୟାଳୟ ପିଜି କାଉନସିଲ୍‌ ଅଧ୍ୟକ୍ଷ ପ୍ରଫେସର ବ୍ରହ୍ମାନନ୍ଦ ଶତପଥୀଙ୍କ ଅଧ୍ୟକ୍ଷତାରେ ଗଠିତ ହୋଇଥିବା ଏହି କମିଟିରେ ଜଣେ ଲେଖାଏ ପ୍ରଫେସରଙ୍କୁ ବିଭିନ୍ନ ଦାୟିତ୍ୱ ଦିଆଯାଇଛି। ସେମାନେ ଉତ୍ସବର ସଫଳତା ନେଇ କାର୍ଯ୍ୟ କରିବେ।

ବିଶ୍ୱବିଦ୍ୟାଳୟ କୁଳସଚିବ କୋର୍‌ କମିଟିର ଆବାହକ ଥିବା ବେଳେ ବିତ୍ତ ନିୟନ୍ତ୍ରକ କମିଟିର କୋଷାଧ୍ୟକ୍ଷ ରହିଛନ୍ତି। ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀଙ୍କୁ ଗଣମାଧ୍ୟମ ପରିଚାଳନା ଓ କଣ୍ଟେଣ୍ଟ ମ୍ୟାନେଜ୍‌ମେଣ୍ଟ ଦାୟିତ୍ୱ ଦିଆଯାଇଛି। ପ୍ରଫେସର କବୀର ମୋହନ ସେଠୀ କ୍ରୀଡ଼ା ଓ ସାଧାରଣ ସଭା ଦାୟିତ୍ୱରେ ରହିଥିବା ବେଳେ ମିତାଲି ଚିନ୍ନାରାଙ୍କୁ ସଂସ୍କୃତିକ କାର୍ଯ୍ୟକ୍ରମ, ସଞ୍ଜୟ ଆଚାର୍ଯ୍ୟଙ୍କୁ କ୍ୟାଲେଣ୍ଡର ଓ ସ୍ମରଣିକା ପ୍ରକାଶ, କୁଞ୍ଜ ବିହାରୀ ପଣ୍ଡାଙ୍କୁ ଆଲୁମିନିଙ୍କ ସହ ଯୋଗାଯୋଗ ଦାୟିତ୍ୱ, ସ୍ୱପ୍ନା ମହାପାତ୍ର ଓ ଆଇ ଦଣ୍ଡପାଠଙ୍କୁ ଲେକଚର ସିରିଜ୍‌ ଦାୟିତ୍ୱ ଦିଆଯାଇଛି। ଛାତ୍ରଛାତ୍ରୀଙ୍କ ବିଭିନ୍ନ କାର୍ଯ୍ୟକଳାପ ଦାୟିତ୍ୱରେ ପ୍ରଫେସର ଚିନ୍ମୟ ପ୍ରଧାନ ରହିଥିବା ବେଳେ ପୁଷ୍ପାଞ୍ଜଳି ଜେନାଙ୍କୁ ହସ୍ପିଟାଲିଟି ଦାୟିତ୍ୱ, ପ୍ରଭାତି ମହାପାତ୍ରଙ୍କୁ ପ୍ଲାନିଂ ଓ କୋର୍ଡିନେସନ୍‌, ପ୍ର୍ରସନ୍ନ କୁମାର ପାତ୍ରଙ୍କୁ ପ୍ଲାନିଂ ଓ କାର୍ଯ୍ୟକାରୀ, ନବନିତା ରଥଙ୍କୁ ଜେଣ୍ଡର ଫୋକସ୍‌, ବସନ୍ତ କୁମାର ମଲ୍ଲିକଙ୍କୁ କନେକ୍‌ଟିଂ ମାର୍ଜିନ୍‌ସ, ଭାସ୍ୱତୀ ପଟ୍ଟନାୟକଙ୍କୁ ଲାଇବ୍ରେରି ଉତ୍ସବ, ଗୁଣନିଧି ସାହୁଙ୍କୁ ଫିଲ୍ମ ଓ ଡକ୍ୟୁମେଣ୍ଟେସନ୍‌, ବି ବି ମିଶ୍ରଙ୍କୁ ଇଣ୍ଡଷ୍ଟ୍ରି ଇଣ୍ଟରଫେସ୍‌ ଏବଂ ସବିତା ଆଚାର୍ଯ୍ୟଙ୍କୁ ଇଣ୍ଟରନ୍ୟାସନାଲ କାର୍ଯ୍ୟକ୍ରମ ଦାୟିତ୍ୱ ଦିଆଯାଇଛି।

ସମ୍ବନ୍ଧିତ ଖବର