ଅତ୍ୟାଧୁନିକ ଜ୍ଞାନକୌଶଳ, ତଥାପି ବିଚ୍ଛିନ୍ନ

ସୁଧୁରିନି ମୋବାଇଲ୍‌, ଇଣ୍ଟରନେଟ୍‌ ସେବା, ବ୍ୟାଙ୍କ ସେବା ଅଚଳ, ଡିଜିଟାଲ୍‌ କାରବାର ଠପ୍‌

ଭୁବନେଶ୍ବର: ଗତ ମାସ ଏପ୍ରିଲ ୨୧ ତାରିଖରେ ଭାରତୀୟ ପାଣିପାଗ ବିଭାଗ ଜାଣିପାରିଥିଲା ଯେ ବଙ୍ଗୋପସାଗର ଏବଂ ଭାରତ ମହାସାଗର ସୀମାରେ ଲଘୁଚାପ ସୃଷ୍ଟି ହେବାକୁ ଯାଉଛି। ଲଘୁଚାପ ହେଉଛି ଯେକୌଣସି ବାତ୍ୟାର ପ୍ରଥମ ଆଭାସ। ତେବେ ଏହି ବାତ୍ୟାର ରୂପ କଣ ହେବ। ଛୋଟ ହେବ ନା ଭୟଙ୍କର ହେବ। ଏହା କେଉଁ ଦିଗକୁ ଗତି କରିବ, ପବନର ତୀବ୍ରତା କଣ ରହିବ ଏବଂ କେଉଁଠି ମାଡ଼ ହେବ। ଏସଂପର୍କରେ ପୂର୍ବାନୁମାନ କରିବା ପୂର୍ବରୁ ପାଣିପାଗ ବିଭାଗ ପକ୍ଷରୁ ବଡ଼ ଧରଣରର କସରତ କରିବାକୁ ପଡ଼ିଥାଏ। ଲଘୁଚାପ ସୃଷ୍ଟି ହେଉଥିବା ସମୁଦ୍ର ଭାଗରୁ ବିଭିନ୍ନ ପ୍ରକାର ତଥ୍ୟ ସଂଗ୍ରହ କରାଯାଇ ବିଭିନ୍ନ ମଡେଲରେ ଏହାର ବିଶ୍ଲେଷଣ କରାଯାଇଥାଏ। ଖୁବକମ୍ ସମୟରେ ଏବଂ ବ୍ୟାପକ ରୂପେ ‌େହଉଥିବା ଏହି କସରତ ପରେ ଯାଇ ସମ୍ଭାବ୍ୟ ବାତ୍ୟାର ରୂପରେଖ ନେଇ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥାଏ। ଏହି ପ୍ରକ୍ରିୟାରେ କେନ୍ଦ୍ର ଭୂବିଜ୍ଞାନ ବିଭାଗ ଅଧୀନରେ ଥିବା ଅନେକ ଅନୁଷ୍ଠାନକୁ ସାମିଲ କରାଯାଇଥାଏ। ଚେନ୍ନାଇ ସ୍ଥିତ ନେସନାଲ ଇନଷ୍ଟିଚ୍ୟୁଟ୍ ଅଫ୍୍ ଓସିଅନ୍ ଟେ‌େକ୍ନାଲୋଜି, ପୁଣେ ସ୍ଥିତ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଟ୍ରପିକାଲ ମେଟ୍ରୋଲୋଜି, ନୋଏଡା ସ୍ଥିତ ନେସନାଲ ସେଣ୍ଟର ଫର୍ ମିଡିଅମ୍ ରେଞ୍ଜ ୱେଦର ଫୋରକାଷ୍ଟିଂ, ହାଇଦ୍ରାବାଦ ସ୍ଥିତ ନେସନାଲ ସେଣ୍ଟର ଫର ଓସିଅନ୍ ଫର୍ମେସନ ସର୍ଭିସ ଭଳି ଅନୁଷ୍ଠାନଗୁଡ଼ିକର ସହାୟତା ନିଆଯାଇଥାଏ। ଏହାଛଡ଼ା ବିଭିନ୍ନ ଦୀପ‌େର ଥିବା ପର୍ଯ୍ୟପେକ୍ଷଣ କେନ୍ଦ୍ରରୁ ମଧ୍ୟ ତଥ୍ୟ ସଂଗ୍ରହ କରାଯାଏ।

ଏଥର ମାରାତ୍ମକ ‘ଫନି’ ପାଇଁ ମଧ୍ୟ ଏଭଳି ପ୍ରକ୍ରିୟାରେ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଥିଲା। କେବେ ଏବଂ କେଉଁ ସ୍ଥାନରେ ଏହି ବ‌ାତ୍ୟା ସ୍ଥଳଭାଗ ଛୁଇଁବ ତଥା ଏହାର ବେଗ କେତେ ରହିବ। ଏହାକୁ ନେଇ ବିଭାଗ ପକ୍ଷରୁ ଯେଉଁ ‌େଯଉଁ ସୂଚନା ଦିଆଯାଇଥିଲା ତାହା ସଂପୂର୍ଣ୍ଣ ରୂପେ ଠିକ୍ ଥିଲା। ବିଭାଗ ପକ୍ଷରୁ ଦିଆଯାଇଥିବା ନିର୍ଦିଷ୍ଟ ସୂଚନା ଅନୁୁଯାୟୀ ହିଁ ସବୁୁ ଘଟିଲା। ଲଘୁଚାପ ନେଇ ଏପ୍ରିଲ ୨୧ ତାରିଖରେ ସୂଚନା ମିଳିଥିଲେ ମଧ୍ୟ ପରବର୍ତୀ ସମୟରେ ଏହା ଉପରେ ବିଭାଗ ପକ୍ଷରୁ ନଜର ରଖାଯାଇଥିଲା। ୨୫ ତାରିଖରେ ସେମାନେ ଏହି ପ୍ରକ୍ରିୟାରେ ଜଣାଇଦେଲେ ଯେ ଏହା ଭୀଷଣରୁ ଅତି ଭୀଷଣ ବାତ୍ୟାର ରୂପ ‌େନଇ ମେ ୩ ତାରିଖରେ ପୁରୀ ଉପକୂଳରେ ମାଡ଼ ହେବ। ପାଣିପାଗ ବିଭାଗର ଏଭଳି ଜ୍ଞାନକୌଶଳର ପୂର୍ବାନୁମାନ ଯୋଗୁଁ ସରକାର ତତ୍ପର ହୋଇ ଯେଉଁସବୁ ପଦକ୍ଷେପ ନେଲେ ତାହା ବହୁସଂଖ୍ୟକ ଲୋକଙ୍କର ଜୀବନ ବଞ୍ଚାଇଦେଲା। ଏହାର ଶ୍ରେୟ ନିଶ୍ଚିତ ଭାବେ ପାଣିପାଗ ବିଭାଗକୁ ଯାଉଛି। କିନ୍ତୁ ‘ଫନି’ ବିପର୍ଯ୍ୟୟ ପରେ ଯେଉଁ ପରିସ୍ଥିତି ସୃଷ୍ଟି ହେଲା ସେଥିରେ ଅତ୍ୟାଧୁନିକ ଜ୍ଞାନକୌଶଳ ସଂପୂର୍ଣ୍ଣ ରୂପେ ବିଫଳ ହେଲା। ଟେଲିଯୋଗାଯୋଗ ବ୍ୟବସ୍ଥା ଏପରି ଭୁଶୁଡ଼ିପଡ଼ିଲା ଯେ ଶହେ ଘଣ୍ଟାରୁ ଅଧିକ ସମୟ ଧରି କ୍ଷତିଗ୍ରସ୍ତ ଅଞ୍ଚଳ ବାହ୍ୟ ଜଗତରୁ ବିଚ୍ଛିନ୍ନ। ବିଦ୍ୟୁତ୍ ‌େସବା ଠପ୍ ଏବଂ ସ୍ମାର୍ଟ ସିଟି ଭୁବନେଶ୍ବର ମଧ୍ୟ ୪ ଦିନ ହେଲା ସଂପୂର୍ଣ୍ଣ ରୂପେ ଅନ୍ଧାର। କେବଳ ଏତିକି ନୁହେଁ ଟୋପାଏ ପିଇବା ପାଣି ଲାଗି ମଧ୍ୟ ଲୋକେ ଡହଳ ବିକଳ। ଏଭଳି ଏକ ସମୟରେ ଯେତେବେଳେ କି ଜ୍ଞାନକୌଶଳର ବିକାଶ ଶୀର୍ଷ ଛୁଉଁଛି ସେହି ସମୟରେ ଏଭଳି ବିକଳ ଚିତ୍ର ନିଶ୍ଚିତ ରୂପେ ଯନ୍ତ୍ରଣାଦାୟକ। କିନ୍ତୁ ‌ ସ୍ମାର୍ଟ ସିଟିରେ ଏହା ହିଁ ଘଟିଲା। ୧୯୯୯ ମହାବାତ୍ୟାରେ ଏହାଠାରୁ ବି ଭୟଙ୍କର ସ୍ଥିତି ସୃଷ୍ଟି ହୋଇଥିଲା। କିନ୍ତୁ ସେତେବେଳେ ଜ୍ଞାନକୌଶଳ ଏ‌େତ ବିକଶିତ ନଥିଲା। ଏଇଥିପାଇଁ ପ୍ରାୟ୧୦ ହଜାର ଲୋକ ପ୍ରାଣ ହରାଇଥିଲେ ଏବଂ ଅକଳ୍ପନୀୟ କ୍ଷତି ଘଟିଥିଲା। ପରିସ୍ଥିତିିକୁ ସ୍ବାଭାବିକ କରିବାକୁ ମାସ ମାସ ଲାଗିଯାଇଥିଲା। ୨୦୧୩ରେ ଫାଇଲିନ ବାତ୍ୟା ମଧ୍ୟ ବପର୍ଯ୍ୟୟ ଘଟାଇଥିଲା। ପବନର ତୀବ୍ରତା ଫନି ଠାରୁ ଅଧିକ ଥିଲା, କିନ୍ତୁ ଆଜି ଭଳି ପରିସ୍ଥିତି ନଥିଲା।

ପାଣିପାଗ ବିଭାଗର ପୂର୍ବାନୁମାନକୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ୧୧ ଲକ୍ଷ ଲୋକଙ୍କୁ ନିରାପଦ ସ୍ଥାନକୁ ନେଇଗଲେ। ସେମାନଙ୍କ ଜୀବନ ବଞ୍ଚାଇ ଦେଲେ ସତ, କିନ୍ତୁ ପ୍ରାକୃତିକ ବିପର୍ଯ୍ୟୟ ଅତ୍ୟାଧୁନିକ ଜ୍ଞାନକୌଶଳକୁ ଯେପରି ମୋଡ଼ିମକଚି ଦେଲା ତାହା ଅକଳ୍ପନୀୟ। ଟେଲିଫୋନ୍ ଏବଂ ଇଣ୍ଟରନେଟ୍ ଆଧୁନିକ ମଣିଷ ଜୀବନରେ ଅଭିନ୍ନ ଅଙ୍ଗ ହୋଇଯାଇଥିବା‌ ‌େ‌ବଳେ ୪/୫ ଦିନ ଧରି ଏହିସବୁ ସେବା କାମ ନକରିବା ଦୈନନ୍ଦିନ ଜୀବନକୁ କଷ୍ଟସାଧ୍ୟ କରିଦେଇଛି। ପୁଣି ସ୍ମାର୍ଟ ସିଟି ୪ ଦିନ ଅନ୍ଧାର ରହିଛି, ଫୋନ୍ ଏବଂ ଇଣ୍ଟରନେଟ୍ ସେବା ଅଚଳ ହୋଇପଡ଼ିଛି। ବ୍ୟାଙ୍କ ଓ ବୀମା ‌େସବା କାମ କରୁନି। ଡିଜିଟାଲ କାରବାର ମଧ୍ୟ ସଂପୂର୍ଣ୍ଣ ରୂପେ ଠପ୍। ଏହିସବୁ କାରଣରୁ କ୍ଷତିଗ୍ରସ୍ତ ଅଞ୍ଚଳ ଏତେ ଦିନ ଧରି ବାହ୍ୟ ଜଗତରୁ ବିଚ୍ଛିନ୍ନ ରହିବା ଦର୍ଶାଉଛି ଯେ ପ୍ରକୃତି ଆଗରେ ଜ୍ଞାନକୌଶଳ ସଂପୂର୍ଣ୍ଣ ରୂପେ ଅସହାୟ। ତେବେ ଲୋକମାନଙ୍କର ଏଭଳି ଦୁର୍ଦଶା ଲାଗି କେବଳ ଜ୍ଞାନକୌଶଳକୁ ଦାୟୀ କରି ପ୍ରଶାସନ ଖସି ଯ‌ାଇପାରିବ ନାହିଁ। ୧୯୯୯ ମହାବାତ୍ୟା, ୨୦୧୩ ଫାଇଲିନ, ୨୦୧୪ ହୁଡହୁଡ୍ ଏବଂ ୧୦୧୮ ତିତଲି ଭଳି ବାତ୍ୟା ବିପର୍ଯ୍ୟୟରୁ ଶିକ୍ଷା ହାସଲ କରି ପ୍ରଶାସନ ପୂର୍ବରୁ ପ୍ରସ୍ତୁତି କରିଥିଲେ ଫନି ପରବର୍ତୀ ଦୁର୍ଦଶାକୁ ଏଡ଼ାଇ ଦିଆଯାଇ ପାରିଥାନ୍ତା।

ସମ୍ବନ୍ଧିତ ଖବର