ହାତୀ ଉପଦ୍ରବ, ଫସଲ ଦଳିଦେଲେ

ରାଇସୁଆଁ: ତେଲକୋଇ ବନାଞ୍ଚଳର କାଳିଆହତା ଫରେଷ୍ଟ ସେକ୍ସନର ଗୋଡ଼ିକଂସ -ବାଦିବିଲ ଗ୍ରାମରେ ଆଜକୁ ୫ଦିନ ହେଲା ହାତୀପଲଙ୍କ ଉପଦ୍ରବ ଲାଗିରହିଥିବା ଅଭିଯୋଗ ହୋଇଛି। ସମସ୍ତ ଜଙ୍ଗଲରେ ନିଆଁ ଲାଗିଥିବା ଯୋଗୁଁ ହାତୀପଲ ଚଳପ୍ରଚଳ ଉପରେ ସମସ୍ୟା ସୃଷ୍ଟି ହୋଇଛି। ବନ ବିଭାଗ ହାତୀଙ୍କ ଗତିବିଧି ଉପରେ ନଜର ରଖିଛି। ଏହି ପରିପ୍ରେକ୍ଷୀରେ ଗତକାଲି ବିଳମ୍ବିତ ରାତିରେ ହାତୀପଲ ବାଦିବିଲ ଗ୍ରାମର ସୁଦର୍ଶନ ମହାନ୍ତଙ୍କ ବଗିଚାରେ ପଶି ମକ୍କା କାକୁଡି, ଭେଣ୍ଡି, ବୋଇତୁକଖାରୁ, ଲାଉ, ବାଇଗଣ, ପୋଇ, ଲଙ୍କା,  ଝୁଡଙ୍ଗ ଆଦି ପନିପରିବା ଚାଷକୁ  ଦଳିଚକଟି ନଷ୍ଟ କରିଦେଇଛନ୍ତି।

ପ୍ରାୟ ଦେଢ଼ ଏକର ଜମିର ପନିପରିବା ଫସଲ ନଷ୍ଟ ହୋଇଯାଇଛି। ଦିନ ମଜୁରିଆ ଚାଷୀ ସୁଦର୍ଶନ ଧାର କରଜ କରି ବିହନ ସାର ଔଷଧ ଆଣି ପନିପରିବା ଚାଷ କରିଥିଲେ। ବଗିଚାର ସୁରକ୍ଷା ଦୃଷ୍ଟିରୁ ତାରବାଡ଼ ଦେଇ ଥିଲେ। ବାଡ଼ଭାଙ୍ଗି ହାତୀପଲ ଫସଲ ନଷ୍ଟ କରିଥିବା ଯୋଗୁଁ ଚିନ୍ତାରେ ଭାଙ୍ଗି ପଡ଼ିଥିବା ଜଣାପଡ଼ିଛି। ସେହିପରି ଗ୍ରାମର କିଣା ମୁଣ୍ଡା ଟିଲୁ ମୁଣ୍ଡା, ନାଉରୁ ମୁଣ୍ଡା, ବାଙ୍କନିଧି ମୁଣ୍ଡା, ଓ କୁନୁ ମୁଣ୍ଡା ପ୍ରମୁଖଙ୍କ ବାଡ଼ି ବଗିଚା ପନିପରିବା ଚାଷକୁ ହାତୀପଲ ନଷ୍ଟ କରିଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର