ବରଗଡ଼ରେ ପୁଣି ଚାଷୀ ଆତ୍ମହତ୍ୟା!

ବରଗଡ଼ : ବରଗଡ଼ ଜିଲ୍ଲାରେ ଋଣ ଭାର ଏବଂ ମରୁଡ଼ି ସ୍ଥିତି ଯୋଗୁଁ ଜଣେ ଯୁବଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତକ ଜଣକ ହେଲେ ବରଗଡ଼ ସଦର ପୋଢ଼ମୁଣ୍ଡା ଗାଁର ବୈଷ୍ଣବ ଭୁଏ (୨୮)। ବୁଧବାର ଅନ୍ୟ ଦିନ ଭଳି ବୈଷ୍ଣବ ‌କ୍ଷେତକୁ ଯାଇଥିଲେ। ସେଠାରୁ ଆଉ ଘରକୁ ଫେରିନଥିଲେ। ଘର ଲୋକେ ଖୋଜ‌ାଖୋଜି କରି କ୍ଷେତ ପାଖରେ ବୈଷ୍ଣବ କୀଟନାଶକ ପିଇ ଗୁରୁତର ଅବସ୍ଥାରେ ପଡ଼ିଥିବା ଦେଖିଥିଲେ। ତାଙ୍କୁ ସେଠାରୁ ବରଗଡ଼ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ତେ‌ବେ ବିଳମ୍ବିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପିତା ମୀନକେତନ ଭୋଇଙ୍କ କହିବା ହେଲା କିଛି ମାସ ପୂର୍ବରୁ ବଡ଼ପୁଅର ବାହାଘର ହୋଇଥିଲା। ଏଥିପାଇଁ ଲକ୍ଷାଧିକ ଟଙ୍କା ଧାରକରଜ ଥିଲା। ପୁଣି ପ୍ରାୟ ୪୦ହଜାର ଟଙ୍କା ହାତଉଧାରି ଆଣି ୪ ଏକର ଜମିରେ ଧାନ ଏବଂ ବାଇଗଣ ଚାଷ କରିଥିଲେ। ଚାଷକାମ ବୈଷ୍ଣବ ବୁଝାବୁଝି କରୁଥିଲେ। ମରୁଡ଼ି ପରିସ୍ଥିତି ଯୋଗୁଁ ଋଣ କିଭଳି ଶୁଝିବେ, ସେହି ଚିନ୍ତାରେ ସେ କୀଟନାଶକ ପିଇ ଦେଇଛନ୍ତି‌ ବୋଲି ମୀନକେତନ ଅଭିଯୋଗ କରିଛନ୍ତି।

ସମ୍ବନ୍ଧିତ ଖବର