କୋଇଲା ବୋଝେଇ ଟ୍ରେନରେ ନିଆଁ

ସମ୍ବଲପୁର : ନୂଆପଡ଼ା ଜିଲ୍ଲା ଲଖନା ରେଳ ଷ୍ଟେସନରେ ଗତରାତିରେ ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଥିବା ଦେଖିବାକୁ ମିଳିଥିଲା। ଖବର ପାଇ ନୂଆପଡ଼ା ଅଗ୍ନିଶମ ବିଭାଗ ପହଞ୍ଚି ନିଆଁକୁ ଆୟତ୍ତ କରିଥିବାରୁ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତିଯାଇଛି। ପ୍ରକାଶ ଯେ, ଗତ ରାତି‌ରେ ରାୟଗଡ଼ରୁ ଭିଲାଇ ଯାଉଥିବା ଉକ୍ତ କୋଇଲା ବୋଝେଇ ଟ୍ରେନ ଲଖନା ରେଳଷ୍ଟେସନ ଠାରେ ପହଞ୍ଚିବା ପରେ ହଠାତ୍‌ ନିଆଁ ଲାଗିଥିଲା। ଏହା ଦେଖି ରେଲୱେ ବିଭାଗ ତୁରନ୍ତ ନୂଆପଡ଼ା ଅଗ୍ନଶମ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ନୂଆପଡ଼ା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ।

ସମ୍ବନ୍ଧିତ ଖବର