୫୬ଜଣ ଯାତ୍ରୀଙ୍କ ସହ ଆସିଛନ୍ତି ଗଞ୍ଜାମ ଜିଲ୍ଲାର ଦୁଇ ସଂକ୍ରମିତ

ଭୁବନେଶ୍ବର : ଗଞ୍ଜାମ ଜିଲ୍ଲାରେ ଚିହ୍ନଟ ହୋଇଥିବା ୨ କରୋନା ସଂକ୍ରମିତ ସୁରତରୁ ୫୬ଜଣ ଯାତ୍ରୀଙ୍କ ସହ ବସ୍‌ରେ ଘରକୁ ଆସିଛନ୍ତି। ରାଜ୍ୟ ସରକାରଙ୍କ ପକ୍ଷରୁ ଦୁଇ ସଂକ୍ରମିତଙ୍କ ଯାତ୍ରା ବିବରଣୀରୁ ଏହା ଜଣାପଡ଼ିଛି। ସଂକ୍ରମିତ ନଂ ୧୫୮ ଗଞ୍ଜାମ ଜିଲ୍ଲାର ଜଗନ୍ନାଥ ପ୍ରସାଦ ତାମନଡ଼ାର ଜଣେ ୧୭ବର୍ଷର ଯୁବକ। ଗତମାସ ୨୭ତାରିଖରେ ସେ ସୁରତରୁ ଏକ ସ୍ବତନ୍ତ୍ର ବସ୍ ଯୋଗେ ନିଜର ୩ଜଣ ରୁମମେଟ୍‌ଙ୍କୁ ମିଶାଇ ୫୬ଜଣ ଯାତ୍ରୀଙ୍କ ସହ ଧାରକୋଟରେ ପହଞ୍ଚିଥିଲେ। ସେଠାରୁ ତାଙ୍କୁ ସରକାରଙ୍କ ସଙ୍ଗରୋଧରେ ରଖାଯାଇଥିଲା। ୨ତାରିଖରେ ତାଙ୍କ ନମୁନା ସଂଗ୍ରହ ହୋଇଥିବା ଓ ସେ ପଜିଟିଭ୍ ଚିହ୍ନଟ ହୋଇଥିଲେ। ସେହିପରି ୧୫୯ ନଂ ସଂକ୍ରମିତ ହେଉଛନ୍ତି ବେଲଗୁଣ୍ଠା କୋକଳନ୍ଦା ଅଞ୍ଚଳର ୨୨ବର୍ଷର ଯୁବକ। ସୁରତରୁ ଆସିଥିବା ସ୍ବତନ୍ତ୍ର ବସ୍‌‌ରେ ୫୬ଜଣ ଯାତ୍ରୀଙ୍କ ସହ ସେ ଆସିଥିଲେ। ଧରାକୋଟରେ ଥିବା ସରକାରୀ ସଙ୍ଗରୋଧରେ ତାଙ୍କୁ ରଖାଯାଇଥିଲା। ନମୁନା ରିପୋର୍ଟରେ ପଜିଟିଭ୍ ଆସିବା ପରେ ତାଙ୍କୁ ବ୍ରହ୍ମପୁର କୋଭିଡ କେୟାର ସେଣ୍ଟରରେ ରଖାଯାଇଛି।

ସମ୍ବନ୍ଧିତ ଖବର