ସାଧାରଣ ନିର୍ବାଚନ ପ୍ରସ୍ତୁତି ଜୋରଦାର୍‌ : କର୍ମଚାରୀଙ୍କ ତାଲିକା ମାଗିଲେ ଜିଲ୍ଲାପାଳ

ଭୁବନେଶ୍ୱର : ଖୁବ୍‌ଶୀଘ୍ର ସାଧାରଣ ନିର୍ବାଚନ ହେବ ବୋଲି ଚର୍ଚ୍ଚା ହେଉଥିବା ବେଳେ ମୁଖ୍ୟ ନିର୍ବାଚନ ଅଧିକାରୀ ଆସନ୍ତା ବିଧାନସଭା ଏବଂ ଲୋକସଭା ନିର୍ବାଚନ ପାଇଁ ପ୍ରସ୍ତୁତ ହେବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଜିଲ୍ଲାପାଳମାନେ ସେମାନଙ୍କ ଜିଲ୍ଲାରେ କେନ୍ଦ୍ର ସରକାର, ରାଜ୍ୟ ସରକାର, କେନ୍ଦ୍ର ସରକାରଙ୍କ ସାଧାରଣ ଉଦ୍ୟୋଗ, ରାଜ୍ୟ ସରକାରଙ୍କ ସାଧାରଣ ଉଦ୍ୟୋଗ ତଥା ବ୍ୟାଙ୍କର କେତେ କର୍ମଚାରୀ ଅଛନ୍ତି ତାହାର ତାଲିକା ମାଗିଛନ୍ତି। ଏହାଛଡ଼ା ପୁଲିସ ଏବଂ ଅନ୍ୟାନ୍ୟ କର୍ମଚାରୀ କେତେ ଅଛନ୍ତି ତାହାର ତାଲିକା ମଧ୍ୟ ଦେବା ଲାଗି ବିଭିନ୍ନ ବିଭାଗକୁ ଚିଠି କରିଛନ୍ତି।

ସମ୍ବନ୍ଧିତ ଖବର