ପୁଲିସ ବାବୁଙ୍କ ଘରେ କଳାକନା ବୁଲାଇଲେ ଦୁର୍ବୃତ୍ତ, ନେଇଗଲେ ସୁନା-ରୁପା ଅଳଙ୍କାର

ରାୟଗଡ଼ା: ଚାନ୍ଦିଲି ଥାନା କୋତାପେଟା ଗ୍ରାମ ପଞ୍ଚାୟତ ଅଧୀନସ୍ଥ  ସ୍ଥାନୀୟ ସାଇପ୍ରିୟାନଗର ୧୨ ନମ୍ବର ସାହିରେ ଦୁର୍ବୃତ୍ତମାନେ ଗତକାଲି ବିଳମ୍ୱ ରାତିରେ ଘରେ କେହି ନଥିବା ବେଳେ କଲା କନା ବୁଲାଇଛନ୍ତି। ସୁଚନା ଅନୁଯାୟୀ କେସିଙ୍ଗା ପୁଲିସ ଥାନାର ଅତିରିକ୍ତ ଥାନା ଅଧିକାରୀ ଅନୁପ ଶତପଥୀଙ୍କ ରାୟଗଡାସ୍ଥିତ ସେଞ୍ଚୁରିଆଁନ ଛାତ୍ରବାସ ନିକଟରେ ଥିବା ଘରେ କେହି ନଥିବା ଦେଖି ବିଳମ୍ବିତ ରାତିରେ କବାଟର ତାଲା ଭାଙ୍ଗି ଚୋର ଘରେ ପଶି ସବୁ ଲୁଟିନରିଥିବା ସୁଚନା ମିଳିଛି। ଘର ମାଲିକ ଅନୁପ ଶତପଥୀ କହିବା ଅନୁଯାୟୀ ସେମାନେ କେସିଙ୍ଗା ଯାଇ ଥିଲେ। ତାଙ୍କ ଶାଶୁ ଶଶୁର ସେଠାରେ ରହୁଥିଲେ। ଗତକାଲି ସନ୍ଧ୍ୟା ୭ ଘଣ୍ଟା ସମୟରେ ତାଲା ପକାଇ ଅନ୍ୟ ଘରକୁ ଯାଇ ସେଠାରେ ରହି ଯାଇ ଥିଲେ ସକାଳୁ ଆସି ଦେଖିଲା ବେଳକୁ ମୁଖ୍ୟ କବାଟର ତାଲା ଭାଙ୍ଗି ପଡିଛି।  ତିନୋଟି ସୁନାର ହାର, ୧୨ଟି ଲକେଟ, ରୁପା ୫୦୦ଗ୍ରାମ ଓ ଟଙ୍କା ୬୦,୦୦୦/- ଚୋରି କରି ନେଇ ପଳାଇ ଯାଇଛନ୍ତି। ପୁଲିସ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଜାରି ରଖିଛନ୍ତି। ସାଇନଟିଫିକ୍ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ଅନୁଧ୍ୟାନ କରୁଛନ୍ତି।
ସମ୍ବନ୍ଧିତ ଖବର