ଆଜି ଶ୍ରୀମନ୍ଦିରରେ ହରିହର ବେଶ

ପୁରୀ : ଆସନ୍ତାକାଲି ସୋମବାର ଶ୍ରୀମନ୍ଦିରରେ ହରିହର ବେଶ ଅନୁଷ୍ଠିତ ହେବ। ଅବକାଶ ନୀତି ପରେ ବଡ ଠାକୁର ହରିହର (ଅଧାକଳା ଓ ଅଧା ଧଳା‌) ବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ବଡଠାକୁରଙ୍କୁ ହର ବା ଶିବ ବୋଲି ବିବେଚନା କରାଯାଉଥିବା ବେଳେ ମହାପ୍ରଭୁ ୩୨ ପ୍ରକାର ସୁବର୍ଣ୍ଣ ଅଳଙ୍କାର ପରିଧାନ କରିବେ। କାର୍ତ୍ତିକ ମାସର ଦୀପାବଳି ଅମାବାସ୍ୟାଠାରୁ ଶୁକ୍ଳ ଦଶମୀ ମଧ୍ୟରେ ସୋମବାର ପଡିଲେ ବଡ ଠାକୁରଙ୍କ ବାଡ‌େର ହରିହର ବେଶ ଅନୁଷ୍ଠିତ ହୋଇଥାଏ। ଏହି ଦିନ ମହାପ୍ରଭୁ ଜଗନ୍ନାଥ ରାଧା ଦାମୋଦର ବେଶରେ ଭକ୍ତମାନଙ୍କୁ ଦର୍ଶନ ଦେଇଥାନ୍ତି।

ସମ୍ବନ୍ଧିତ ଖବର