୨୬ରେ ଜୟପୁର ଆସିବେ ହାଇକୋର୍ଟ ବିଚାରପତି 

ଜୟପୁର: ହାଇକୋର୍ଟର ବିଚାରପତି ହେବା ପରେ ପ୍ରଥମ କରି ଆସନ୍ତା ୨୬ତାରିଖ ଦିନ ନିଜ ସହର ଜୟପୁରକୁ ଆସୁଛନ୍ତି ବିଚାରପତି ଶିବଶଙ୍କର ମିଶ୍ର। ସେ ଜିଲ୍ଲାକୋର୍ଟରେ ସମ୍ବିଧାନ ଦିବସ ଅବସରରେ ଆ‌ୟୋଜିତ କାର୍ଯ୍ୟକ୍ରମରେ ଭାଗ ନେବେ। ଏହା ସହ ‌ତାଙ୍କୁ ଜିଲ୍ଲା ଓକିଲ ସଂଘ ଜୟପୁର ପକ୍ଷରୁ ମଧ୍ୟ ସ୍ବତନ୍ତ୍ର ସମ୍ବର୍ଦ୍ଦନା ଦେବାର କାର୍ଯ୍ୟକ୍ରମ ରହିଛି। ପ୍ରକାଶଯୋଗ୍ୟ, ହାଇକୋର୍ଟ ବିଚାରପତି ଏଠାକାର ପୌର ଉଚ୍ଚବିଦ୍ୟାଳୟ, ବିକ୍ରମ‌ ଦେବ ମହାବିଦ୍ୟାଳୟ,ଜୟପୁର ଆଇନମହାବିଦ୍ୟାଳୟରେ ପଢ଼ିଥିଲେ। ସୁପ୍ରିମକୋର୍ଟରେ ସେ ଓଡିଶା ପାଇଁ ପାନେଲ୍ ଓକିଲ ଭାବେ କୋଟିଆ ଗ୍ରାମାପୁଂଜ ମାମଲା ଲଢ଼ୁଥିଲେ। ହାଇକୋର୍ଟ ବିଚାରପତି ଏହି ମାଟିର ପୁଅ ହୋଇଥିବାରୁ ତାଙ୍କୁ ଜିଲ୍ଲା ଓକିଲ ସଂଘ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ଦିଆଯିବ ବୋଲି କହିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ବିରେଶ ପଟ୍ଟନାୟକ।

ସେଭଳି ୨୭ତାରିଖ ଦିନ ଜିଲ୍ଲା ଓକିଲ ସଂଘର ହେବାକୁ ଥିବା ପ୍ରସ୍ତାବିତ ୭୫ବର୍ଷ ପୂର୍ତ୍ତି ଉତ୍ସବକୁ ସାମୟିକ ଭାବେ ଘୁଛାଂଇ ଦିଆଯାଇଛି। ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଥିବା ହାଇକୋର୍ଟ ବିଚାରପତିଙ୍କ ସମୟ ଅଭାବ ଯୋଗୁଁ ଏହାକୁ ଡିସେମ୍ବର ଶେଷ ସପ୍ତାହରେ କରାଯିବା ଯୋଜନା ରହିଛି ବୋଲି କହିଛନ୍ତି ଜିଲ୍ଲା ଓକିଲ ସଂଘ ସଭାପତି ।

ସମ୍ବନ୍ଧିତ ଖବର