ରାଜପଥରେ ହେବ ଅତ୍ୟାଧୁନିକ ଟ୍ରାଫିକ୍‌ ପରିଚାଳନା ବ୍ୟବସ୍ଥା

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଦେଶର ସମସ୍ତ ଜାତୀୟ ରାଜପଥ ଓ ଏକ୍ସପ୍ରେସ ୱେର ଡିଜିଟାଲାଇଜେସନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି।। ଏଥିପାଇଁ ରାଜପଥରେ ଅତ୍ୟାଧୁନିକ ସିସିଟିଭି କ୍ୟାମେରା ଲଗାଯିବ। ଭିଡିଓ ରେକର୍ଡିଂ ସହାୟତାରେ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଯାତାୟ‌ାତ ନିୟମ ଉଲ୍ଲଂଘନ କରୁଥିବା ଗାଡ଼ି ମାଲିକଙ୍କୁ ସିଧାସଳଖ ଇ-ଚାଲାଣ ପଠାଇପାରିବେ। କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟର ସୂତ୍ର ଅନୁସାରେ, ସମସ୍ତ ରାଜପଥ ଓ ଏକ୍ସପ୍ରେସ୍‌ ୱେରେ ଆଡଭାନ୍ସ ଟ୍ରାଫିକ ମ୍ୟାନେଜମେଣ୍ଟ ସିଷ୍ଟମ(ଏଟିଏମ୍‌ଏସ୍‌) ଲାଗୁ କରାଯିବ। ଏଥିରେ ରାଜମାର୍ଗରେ ଟ୍ରାଫିକ୍‌ ମନିଟରିଂ କ୍ୟାମେରା ସିଷ୍ଟମ୍‌ (ଟିଏମ୍‌ସିଏସ୍‌), ଭିଡିଓ ଇନସିଡେଣ୍ଟ ଡିଟେକସନ୍‌ ଆଣ୍ଡ ଏନଫୋର୍ସମେଣ୍ଟ ସିଷ୍ଟମ୍‌ (ବିଆଇଡିଇଏସ), ମୋବାଇଲ ରେଡିଓ କମ୍ୟୁନିକେସନ୍‌ ଆଦି ଅତ୍ୟାଧୁନିକ ବ୍ୟବସ୍ଥା ରହିବ।

ମନ୍ତ୍ରାଳୟର ଜଣେ ବରି‌ଷ୍ଠ ଅଧିକାରୀଙ୍କ କହିବା ଅନୁସାରେ, ଏଟିଏମ୍‌ଏସ୍‌ ସିଷ୍ଟମ୍‌କୁ ପରିଚାଳନା ଲାଗି ରାଜମାର୍ଗର ବିଭିନ୍ନ ସ୍ଥାନରେ କମାଣ୍ଡ୍‌ ଏଣ୍ଡ କଣ୍ଟ୍ରୋଲ ରୁମ୍‌ର ସ୍ଥାପନ ମଧ୍ୟ କରାଯିବ। ଏଥିରେ ରାଜପଥ ଓ ଏକ୍ସପ୍ରେସ ୱେରେ ଯାତାୟତର ଅନଲାଇନ ତଦାରଖ ହୋଇପାରିବ। ଏଥିସହିତ ଦ୍ରୁତ ଗତିର ଯାନ ଉପରେ ଅଙ୍କୁଶ ଲାଗିପାରିବ। ଦୁର୍ଘଟଣା ସମୟରେ ଆମ୍ବୁଲାନ୍ସ, ରିକଭରି ଭ୍ୟାନ୍‌ ଓ ପୁଲିସ ତୁରନ୍ତ ପହଞ୍ଚିପାରିବ।

ସମ୍ବନ୍ଧିତ ଖବର